ବେଙ୍ଗାଲୁରୁ: ଦେଶରେ ବଢୁଛି ଜନସଂଖ୍ୟା । ତା ସାଙ୍ଗକୁ ବଢିଚାଲିଛି ପରିବେଶ ପ୍ରଦୂଷଣ । ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ କଥା ନକହିବା ଭଲ । କିନ୍ତୁ ଶବ୍ଦ ପ୍ରଦୂଷଣର ମାତ୍ରା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଏାହାକୁ ରୋକିବା ପାଇଁ କର୍ଣ୍ଣାଟକ ପୋଲିସ ଆରମ୍ଭ କରିଛି ନୂତନ ପ୍ରୟାସ। ଏଣିକି ସହରରେ ଉଚ୍ଚ ଧ୍ବନୀଯୁକ୍ତ ବାଇକ ବ୍ୟବହାରକାରୀଙ୍କୁ ଗଣିବାକୁ ପଡିବ ତଣ୍ଡ । ଏହାସହ ଉକ୍ତ ବାଇକକୁ ଜବତ କରି ସେଥିରୁ ତୁରନ୍ତ ବାହାର କରାଯିବ ସାଇଲେନ୍ସର ।
ଶବ୍ଦ ପ୍ରଦୂଷଣ ପାଇଁ ବାଇକରୁ ହଟିଲା ସାଇଲେନସର - ସାଇଲେନ୍ସର
ଏଣିକି ସହରରେ ଉଚ୍ଚ ଧ୍ବନୀଯୁକ୍ତ ବାଇକ ବ୍ୟବହାରକାରୀଙ୍କୁ ଗଣିବାକୁ ପଡିବ ତଣ୍ଡ । ଏହାସହ ଉକ୍ତ ବାଇକକୁ ଜବତ କରି ସେଥିରୁ ତୁରନ୍ତ ବାହାର କରାଯିବ ସାଇଲେନ୍ସର । କର୍ଣ୍ଣାଟକ ପୋଲିସ ଆରମ୍ଭ କରିଛି ଏଭଳି ପ୍ରୟାସ ।
ଆଜିକାଲିର ଯୁବପୀଢୀ ବହୁ ଦାମିକିଆ ବାଇକ କିଣନ୍ତି । ସେ ପୁଣି ବାଇକରେ ଭଲ ଶବ୍ଦ ଏବଂ ସ୍ପିଡ ଥିଲେ ବାକିକ ଚଲାଇବା ପାଇଁ ଆରାମ ଲାଗେ । ତେଣୁ ସେମାନଙ୍କ ଏପରି ଚାହିଦାକୁ ନଜରରେ ରଖି ବଡ଼ ବଡ଼ କମ୍ପାନୀ ଅଧିକ ଶବ୍ଦ ଦେଉଥିବା ବାଇକ ନିର୍ମାଣ କରନ୍ତି । କିନ୍ତୁ ଏହି ଶବ୍ଦ ପରିବେଷ ପ୍ରତି କେତେ ଯେ କ୍ଷତିକାରକ ତାହା କେହି ଚନ୍ତା କରନ୍ତି ନାହିଁ । କିନ୍ତୁ ଏଥିପ୍ରତି ବେଶ ଧ୍ୟାନ ରଖିଛନ୍ତି କର୍ଣାଟକ ପୋଲିସ । କର୍ଣ୍ଣାଟକର ଶିବାମଗ୍ଗାରେ ପୋଲିସ ଏପରି 100ଟି ବାଇକ ଜବତ କରିଛି । ଯେଉଁ ବାଇକରୁ ଅଧିକ ଧ୍ବନୀ ବାହାରୁଛି ।
ଶିବାମଗ୍ଗାରେ ଯେଉଁ ବାଇକ ଅରୋହୀ ଅଧିକ ଶବ୍ଦ କରି ବାଇକ ଚଲାଇଲା ତାକୁ ଧରିଲା ପୋଲିସ । ଏବଂ ଉକ୍ତ ବାଇକକୁ ଜବତ କରି ସେଥିରୁ ସାଇଲେନ୍ସର ବାହାର କରିଦିଆଗଲା । ତାସାଙ୍ଗକୁ ଉକ୍ତ ବାଇକ ଆରୋହୀଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଗଲା । ତେବେ ପୋଲିସର ଏପରି ନିୟାରା ପ୍ରୟାସ ପରିବେଷ ପାଇଁ ବେଶ ଲାଭ ଦାୟକ ।