ନୂଆଦିଲ୍ଲୀ: ଅନଲକ 4 ଅନ୍ତର୍ଗତ ସେପ୍ଟେମ୍ବର 7ରୁ ଆରମ୍ଭ ହେବାକୁ ଯାଉଛି ଦେଶରେ ମେଟ୍ରୋ ସେବା । ଅନ୍ୟପକ୍ଷେ ଭାରତୀୟ ରେଳବାଇ ମଧ୍ୟ ଟ୍ରେନ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛି । ଅଧିକ ସ୍ପେଶାଲ ଟ୍ରେନ ଚଳାଚଳ ନେଇ ଯୋଜନା ଥିବା ରେଳମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ସମସ୍ତ ରାଜ୍ୟ ସରକାରଙ୍କ ସହ ବିଚାର ବିମର୍ଶ ଜାରି ରହିଛି ।
ଆଗକୁ ପାର୍ବଣ ମାସ, ଅଧିକ ସ୍ପେଶାଲ ଟ୍ରେନ ଚଳାଇବାକୁ ରେଳବାଇର ରହିଛି ଯୋଜନା
ଅଧିକ ସ୍ପେଶାଲ ଟ୍ରେନ ଚଳାଚଳ ନେଇ ଯୋଜନା ଥିବା ରେଳମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ସମସ୍ତ ରାଜ୍ୟ ସରକାରଙ୍କ ସହ ବିଚାର ବିମର୍ଶ ଜାରି ରହିଛି । ଅଧିକ ପଢନ୍ତୁ...
ଆଗକୁ ପାର୍ବଣ ମାସ, ଅଧିକ ସ୍ପେଶାଲ ଟ୍ରେନ ଚଳାଇବାକୁ ରେଳବାଇର ରହିଛି ଯୋଜନା
ମହାମାରୀ କୋରୋନା ସଂକ୍ରମଣ କାରଣରୁ ମାର୍ଚ୍ଚ ଶେଷରୁ ଯାତ୍ରୀବାହୀ ଟ୍ରେନସେବା ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନ 230ଟି ଟ୍ରେନ ଚଳାଚଳ ଜାରି ରହିଛି । ଏଥିମଧ୍ୟରୁ 30ଟି ରାଜଧାନୀ ଏକ୍ସପ୍ରେସ ସାମିଲ ରହିଛି ।
ଆସନ୍ତା ମାସରେ ଦଶହରା, ଦୀପାବଳୀ, ଛଟ ପୂଜା ଭଳି ପର୍ବପର୍ବାଣୀ ପାଳନ ହେବାକୁ ଯାଉଛି । ଏପରିସ୍ଥିତିରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢିବାର ସମ୍ଭାବନା ରହିଛି । ସୀମିତ ସଂଖ୍ୟକ ଟ୍ରେନ ଚଳାଚଳ ଯୋଗୁଁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଅଧିକ ସ୍ବତନ୍ତ୍ର ଟ୍ରେନ ଚଳାଚଳ ନେଇ ବିଚାର ବିମର୍ଶ ଜାରି ରଖିଛି ଭାରତୀୟ ରେଳବାଇ ।