ଓଡିଶା

odisha

ETV Bharat / bharat

HDFC ର ‘ମୁହ୍‌ଁ ବନ୍ଦ ରଖୋ’ ଅଭିଯାନ, ସାଇବର ଠକେଇକୁ ନେଇ କରିବ ସଚେତନ - ସାଇବର ଠକେଇ

ସାଇବର ଠକେଇକୁ ନେଇ ସଚେତନତା ସୃଷ୍ଟି କରିବା ଏବଂ ଏଭଳି ମାମଲାକୁ ରୋକିବା ପାଇଁ HDFC ବ୍ୟାଙ୍କ ଲିମିଟେଡ୍ ‘ମୁହ୍‌ଁ ବନ୍ଦ ରଖୋ’ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ଅଧିକ ପଢନ୍ତୁ...

Mooh Bandh Rakho: Campaign to create awareness on cyber fraud kicked off in Cyberabad
HDFC ର ‘ମୁହ୍ ବନ୍ଦ ରଖୋ’ ଅଭିଯାନ, ସାଇବର ଠକେଇ ଉପରେ ଲୋକଙ୍କୁ କରିବ ସଚେତନ

By

Published : Nov 17, 2020, 12:24 PM IST

ହାଇଦ୍ରାବାଦ: ସାଇବର ଠକେଇ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ବ୍ୟାଙ୍କଗୁଡ଼ିକ ବାରମ୍ବାର ଗ୍ରାହକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଉଛନ୍ତି । ତେବେ ଏହି ସାଇବର ଜାଲିଆତି ଏବଂ ସେମାନଙ୍କୁ ରୋକିବା ପାଇଁ ‘ମୁହ୍‌ଁ ବନ୍ଦ ରଖୋ’ ଅଭିଯାନ ଆରମ୍ଭ ହୋଇଛି । ନେଟବ୍ୟାଙ୍କିଙ୍ଗ / ମୋବାଇଲ୍ ବ୍ୟାଙ୍କିଙ୍ଗର ଲଗ୍ଇନ୍ ଆଇଡି-ପାସୱାର୍ଡ, OTP କାହାକୁ ସେୟାର କରିବା ଉଚିତ୍ ନୁହେଁ । କାରଣ ଏହା ଲୋକମାନଙ୍କୁ ସେମାନଙ୍କର ଟଙ୍କା ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ ।

ସାଇବର ଠକେଇ ଉପରେ ସଚେତନତା ସୃଷ୍ଟି କରିବା ଏବଂ ଏଭଳି ମାମଲାକୁ ରୋକିବା ପାଇଁ HDFC ବ୍ୟାଙ୍କ ଲିମିଟେଡ୍ ସୋମବାର ଠାରୁ ‘ମୁହ୍ ବନ୍ଦ ରଖୋ’ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ଏହି ଅଭିଯାନ ଅନ୍ତର୍ଜାତୀୟ ଠକେଇ ସଚେତନତା ସପ୍ତାହ 2020 କୁ ସମର୍ଥନ କରି ଆସିଛି, ଯାହାକି ଠକେଇର ପ୍ରଭାବକୁ କମ୍ କରିବା ପାଇଁ ନଭେମ୍ବର 15 ରୁ 21 ପର୍ଯ୍ୟନ୍ତ ସର୍ବଭାରତୀୟ ଆନ୍ଦୋଳନ କରାଯିବ ।

ଏହା ସହିତ ବ୍ୟାଙ୍କ ଆସନ୍ତା 4 ମାସ ମଧ୍ୟରେ ସାରା ଦେଶରେ 1 ହଜାର ୱାର୍କସପ୍ ଖୋଲିବ, ଯେଉଁଥିରେ କାର୍ଡର ବିବରଣୀ, ସିଭିଭି, କାର୍ଡର ବୈଧତା, ଓଟିପି, ନେଟ ବ୍ୟାଙ୍କିଙ୍ଗ୍ କିମ୍ବା ମୋବାଇଲ୍ ଭଳି ସରଳ ପଦକ୍ଷେପ ଗ୍ରହଣ କରିବା ପାଇଁ ସଚେତନତା ସୃଷ୍ଟି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details