ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସଂସଦର ମୌସୁମୀ ଅଧିବେଶନ । ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ଅଧିବେଶନକୁ ବାତିଲ କରିବାକୁ ପଡିଛି । ସଂସଦର ଉଭୟ ଗୃହରେ ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ ହୋଇଥିଲା। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ କୋରୋନା ମହାମାରୀ ମଧ୍ୟରେ ନିକଟରେ ଅନୁଷ୍ଠିତ ମୌସୁମୀ ଅଧିବେଶନ ଐତିହାସିପୂର୍ଣ୍ଣ ଥିଲା । ଭାରତର ଗଣତନ୍ତ୍ର ଦୃଢ ଏବଂ ଏହା ଉପରେ ଜନସାଧାରଣ ସମ୍ପୂର୍ଣ୍ଣ ବିଶ୍ବାସ ରଖିଛନ୍ତି।
‘କୋରୋନା ସଙ୍କଟ ମଧ୍ୟରେ ମୌସୁମୀ ଅଧିବେଶନ ଥିଲା ଚ୍ୟାଲେଞ୍ଜପୂର୍ଣ୍ଣ’ - ମୌସୁମୀ ଅଧିବେଶନ
ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ କୋରୋନା ମହାମାରୀ ମଧ୍ୟରେ ନିକଟରେ ଅନୁଷ୍ଠିତ ମୌସୁମୀ ଅଧିବେଶନ ଐତିହାସିପୂର୍ଣ୍ଣ ଥିଲା । ଭାରତର ଗଣତନ୍ତ୍ର ଦୃଢ ଏବଂ ଏହା ଉପରେ ଜନସାଧାରଣ ସମ୍ପୂର୍ଣ୍ଣ ବିଶ୍ବାସ ରଖିଛନ୍ତି। ଅଧିକ ପଢନ୍ତୁ...
କୋରୋନା ସଙ୍କଟ ମଧ୍ୟରେ ମୌସୁମୀ ଅଧିବେଶନ ଥିଲା ଚ୍ୟାଲେଞ୍ଜପୂର୍ଣ୍ଣ
ବାଚସ୍ପତି କହିଛନ୍ତି ଯେ ରାଜନୈତିକ ଦଳ ଏବଂ ସରକାରଙ୍କ ସମନ୍ବୟରେ ଗୃହରେ ଏକ ଦକ୍ଷ ଅଧିବେଶନ ଅନୁଷ୍ଠିତ ହୋଇଛି। ଏହି ଅବଧି ମଧ୍ୟରେ, ଆମର ଉତ୍ପାଦକତା 167 ପ୍ରତିଶତ ଥିଲା, ଯାହା ନିଜ ମଧ୍ୟରେ ଐତିହାସିକ ବୋଲି ସେ କହିଛନ୍ତି |
ଅନ୍ୟପକ୍ଷେ ନୂତନ ସଂସଦ ଗୃହକୁ 21 ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତୁତି ଚାଲିଛି ବୋଲି । ଏହି ସମୟ ମଧ୍ୟରେ ଯଦି କାମ ସରିଯାଏ, ତାହେଲେ ଆମର ଆଗାମୀ ଅଧିବେଶନ ନୂତନ ବିଲ୍ଡିଂରେ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି ।