ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସର ପ୍ରଭାବ ସଂସଦର ମୌସୁମୀ ଅଧିବେଶନ ଉପରେ ମଧ୍ୟ ପଡିଛି । ସଂସଦର ମୌସୁମୀ ଅଧିବେଶନ ଚଳିତ ବର୍ଷ ନହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଅଧିବେଶନର ଆୟୋଜନ ସଫଳତାପୂର୍ବକ କରିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି । ମୌସୁମୀ ଅଧିବେଶନ ଖୁବ ଶୀଘ୍ର ହେବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ।
ଖୁବ ଶୀଘ୍ର ହେବ ମୌସୁମୀ ଅଧିବେଶନ: ପ୍ରହ୍ଲାଦ ଯୋଶୀ - ପ୍ରହ୍ଲାଦ ଯୋଶୀ
କୋରୋନା ପାଇଁ ସମସ୍ତ ସ୍ୱାସ୍ଥ୍ୟ ସତର୍କତା ଅବଲମ୍ବନ କରାଯିବା ସହ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ମୌସୁମୀ ଅଧିବେଶନ ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ।
ପ୍ରହ୍ଲାଦ ଯୋଶୀ
ଏନେଇ ପ୍ରହ୍ଲାଦ ଯୋଶୀ ରବିବାର କହିଛନ୍ତି, କୋରୋନା ପାଇଁ ସମସ୍ତ ସ୍ୱାସ୍ଥ୍ୟ ସତର୍କତା ଅବଲମ୍ବନ କରାଯିବା ସହ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ମୌସୁମୀ ଅଧିବେଶନ ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ। ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିବେ ଏବଂ ସମସ୍ତ ସତର୍କତା ଅବଲମ୍ବନ କରିବେ।
ତେବେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ଜୁନ 1 ରେ ସଂସଦର ମୌସୁମୀ ଅଧିବେଶନକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ ।