ଓଡିଶା

odisha

ETV Bharat / bharat

ଜୁନ 4 ସୁଦ୍ଧା କେରଳ ଛୁଇଁବ ମୌସୁମୀ - weather

ଜୁନ 4 ସୁଦ୍ଧା ଭାରତକୁ ଛୁଇଁବ ମନସୁନ । ତେବେ ମନସୁନ ପ୍ରଥମେ କେରଳରେ ଅର୍ଥାତ ଜୁନ 1ରେ ଅବତରଣ କରିବ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ପ୍ରତିକାତ୍ମକ ଫଟୋ

By

Published : May 14, 2019, 8:48 PM IST

ନୂଆଦିଲ୍ଲୀ: ଆଉ 15 ଦିନ ପରେ ତାତିରୁ ମିଳିବ ମୁକ୍ତି । ଚଳିତଥର ଟିକେ ବିଳମ୍ବରେ ଆସୁଛି ମୌସୁମୀ । ପାଣିପାଗ ବିଭାଗ ଅନୁସାରେ ଜୁନ 4 ସୁଦ୍ଧା ଭାରତ ଛୁଇଁବ ମୌସୁମୀ । ପ୍ରଥମେ କେରଳରେ ଅର୍ଥାତ ଜୁନ 1ରେ ଅବତରଣ କରିବ । ଏହାର ସୂଚନା ଦେଇଛି ଘରୋଇ ପାଣିପାଗ ବିଭାଗ ସ୍କାଇମେଟ ।

ସେପଟେ ମନସୁନ ବିଳମ୍ବରେ ଆସିବା ସହ ଚଳିତଥର କମ ବର୍ଷା ହେବାର ସମ୍ଭାବନା ରହିଛି । ସ୍କାଇମେଟର ସିଇଓ ଜତିନଙ୍କ କହିବା କଥା ହେଲା ଚଳିତ ଥର ଦେଶରେ ସବୁଥର ଅପେକ୍ଷା କମ ବର୍ଷା ହେବ । ମେ 22 ସୁଦ୍ଧା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ପହଞ୍ଚିପାରେ ବର୍ଷା । ସୂଚନାଥାଉକି 2018 ମସିହାରେ ସବୁଠୁ କମ ବର୍ଷା ହୋଇଥିଲା । ଦେଶର 12ଟି ସ୍ଥାନରେ ବହୁତ କମ ବର୍ଷା ହୋଇଛି ।

For All Latest Updates

ABOUT THE AUTHOR

...view details