କାନପୁର: ମାଙ୍କଡକୁ ଆଜୀବନ କାରାଦଣ୍ଡ ଦିଆଯିବା ବିଷୟରେ କେବେ ଶୁଣିନଥିବେ । ମାତ୍ର ଏଭଳି ଏକ ବିସ୍ମିତ କଲା ଭଳି ଖବର କାନପୁର ପ୍ରାଣୀ ଉଦ୍ୟାନରୁ ଆସିଛି । ଦଣ୍ଡ ସ୍ବରୁପ ଏକ ମାଙ୍କଡ଼କୁ ସାରା ଜୀବନ ଜେଲର ଚାରିକାନ୍ଥ ଭିତରେ ଆବଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ‘କାଳୁଆ' ନାମକ ଏହି ମାଙ୍କଡ଼ ମିର୍ଜାପୁର ଜିଲ୍ଲାର ବୋଲି ଜଣାପଡିଛି । ମାଙ୍କଡଟି ମିର୍ଜାପୁରରେ 250 ରୁ ଅଧିକ ଲୋକଙ୍କୁ କାମୁଡ଼ି ଆହତ କରିଛି । ଏହାସହ ଅନେକ ଗୁରୁତର ଆହତ ହେବା ସହ ମାଙ୍କଡ କାମୁଡାରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି ।
ଆଜୀବନ ଆବଦ୍ଧ ହୋଇ ରହିବ ଉଦ୍ଧତ ମାଙ୍କଡ଼ ରିପୋର୍ଟ ଅନୁଯାୟୀ, କାଳୁଆ ଜଣେ ସ୍ଥାନୀୟ ଗୁଣିଗାରେଡିରେ ଚିକିତ୍ସା କରୁଥିବା ବ୍ୟକ୍ତିଙ୍କ ପୋଷା ମାଙ୍କଡ଼ ଥିଲା । ବ୍ୟକ୍ତି ଜଣକ ମାଙ୍କଡ଼କୁ ନିୟମିତ ଭାବରେ ପିଇବାକୁ ମଦ ଦେଉଥିବା ଖବର ମଧ୍ୟ ରହିଛି ।
କିଛି ଦିନ ମଧ୍ୟରେ ମାଙ୍କଡ଼କୁ ମଦ ନିଶା ଧରିଥିଲା । ଯେତେବେଳେ ମାଙ୍କଡକୁ ପୋଷୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲା, କାଳୁଆ ମାଙ୍କଡ଼କୁ ମଦ ମିଳିନଥିଲା, ଫଳରେ ଦିନକୁ ଦିନ ସେ ଆକ୍ରମଣାତ୍ମକ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ସେ ମିର୍ଜାପୁରରେ ଆତଙ୍କ ସୃଷ୍ଟି କରିଥିଲା । ଏହାପରେ ମାଙ୍କଡକୁ ଧରିବା ପାଇଁ ଜଙ୍ଗଲ ଏବଂ ପ୍ରାଣୀ ଉଦ୍ୟାନ ଦଳ ଡକାଯାଇଥିଲା । ଅନେକ ଚେଷ୍ଟା ପରେ କାଳୁଆକୁ ଧରି କାନପୁର ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା ।
କାନପୁର ଚିିଡିଆଖାନା କର୍ତ୍ତୃପକ୍ଷ କହିବା ମୁତାବକ କାଳୁଆକୁ କିଛି ମାସ ପାଇଁ ଅଲଗା ରଖାଯାଇଥିଲା । ଏହାପରେ ତାଙ୍କୁ ଏକ ଅଲଗା ଯନ୍ତାକୁ କୁ ସ୍ଥାନାନ୍ତର କରାଯାଇଥିଲା । ମାଙ୍କଡର ଆଚରଣରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ସେ ପୂର୍ବବତ୍ ଯେତିକି ଆକ୍ରମଣାତ୍ମକ ରହିଛନ୍ତି । ତାଙ୍କୁ ଏଠାକୁ ଅଣାଯିବାର ତିନି ବର୍ଷ ବିତିଗଲାଣି, କିନ୍ତୁ ଏବେ ନିଷ୍ପତ୍ତି ନିଆଯାଇଛି ଯେ ସେ ସାରା ଜୀବନ ବନ୍ଦୀ ହୋଇ ରହିବେ ।
ମାଙ୍କଡ଼ଟି 6 ବର୍ଷର ଏବଂ ପ୍ରାଣୀ ଉଦ୍ୟାନର ଡାକ୍ତର କହିଛନ୍ତି ଯେ ଯଦି ତାଙ୍କୁ ମୁକ୍ତ କରାଯାଏ, ସେ ଯେଉଁଆଡ଼େ ଗଲେ ସେ ଲୋକମାନଙ୍କୁ କ୍ଷତି ପହଞ୍ଚାଇବ । କାଳୁଆ ଏପର୍ଯ୍ୟନ୍ତ ତାଙ୍କ କେଜ୍ କିପରଙ୍କ ସହ ବନ୍ଧୁତା କରିନାହିଁ । ଫଳରେ ତାକୁ ଆଜୀବନ ଯନ୍ତାରେ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।