ଓଡିଶା

odisha

ETV Bharat / bharat

ଦିଲ୍ଲୀ ଆସିପାରିବେ ଭୀମ ଆର୍ମି ମୁଖ୍ୟ, କୋର୍ଟ ଦେଲେ ଅନୁମତି - Bhim Army chief Chandrashekhar Azad

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ ରାଜଧାନୀ ଦିଲ୍ଲୀ ଆସିବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କଲେ ତୀସ ହଜାରୀ କୋର୍ଟ । ଆସିବା ପୂର୍ବରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସୂଚନା ଦେବାକୁ ପଡିବ ବୋଲି ଦିଲ୍ଲୀକୋର୍ଟ କହିଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀ ଆସିପାରିବେ ଭୀମ ଆର୍ମି ଚିଫ୍‌, କୋର୍ଟ ଦେଲେ ଅନୁମତି
ଦିଲ୍ଲୀ ଆସିପାରିବେ ଭୀମ ଆର୍ମି ଚିଫ୍‌, କୋର୍ଟ ଦେଲେ ଅନୁମତି

By

Published : Jan 21, 2020, 6:39 PM IST

ନୂଆଦିଲ୍ଲୀ: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ ରାଜଧାନୀ ଦିଲ୍ଲୀ ଆସିବାକୁ ମିଳିଛି ଅନୁମତି । ତୀସ ହଜାରୀ କୋର୍ଟ ଚନ୍ଦ୍ରଶେଖରଙ୍କୁ ଦିଲ୍ଲୀ ଆସିବା ପାଇଁ ସର୍ତ୍ତ ମୂଳକ ଅନୁମତି ପ୍ରଦାନ କରିଛନ୍ତି । ଆଜାଦ ଯଦି ଦିଲ୍ଲୀ ଆସିବାକୁ ଚାହୁଁଥାନ୍ତି, ତେବେ ତାଙ୍କୁ ଆସିବା ପୂର୍ବରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସୂଚନା ଦେବାକୁ ପଡିବ ବୋଲି ଦିଲ୍ଲୀକୋର୍ଟ କହିଛନ୍ତି । ଜେଲରୁ ମୁକୁଳିବା ପରେ ଭୀମ ଆର୍ମି ଚିଫ୍‌ଙ୍କୁ ଦିଲ୍ଲୀ ବାହାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତୀସ ହଜାରି କୋର୍ଟ କହିଛନ୍ତି ଯେ ଚନ୍ଦ୍ରଶେଖର କେବେ ଦିଲ୍ଲୀ ଆସିବେ, କେଉଁଠିକୁ ଆସିବେ ଓ ଏଠାକୁ ଆସି କଣ କରିବେ, ତାର ସମସ୍ତ ସୂଚନା ଡିସିପିଙ୍କୁ ଦେବାକୁ ପଡିବ । ପୂର୍ବରୁ ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜାଦଙ୍କୁ ଦିଲ୍ଲୀ ବାହାରେ ରହିବାକୁ ଆଦେଶ ଦିଆଯାଇଥିଲା । ହେଲେ ବର୍ତ୍ତମାନ ଏହି ଆଦେଶରେ ପରିବର୍ତ୍ତନ କରାଯାଇଛି ।

ଗତ ବର୍ଷ 21 ଡିସେମ୍ବରରୁ ଦରିଆଗଞ୍ଜ ହିଂସା ମାମଲାରେ ଗିରଫ ହୋଇ ଜେଲରେ ଥିଲେ ଆଜାଦ । ସିଏଏ ବିରୋଧୀ ବିକ୍ଷୋଭ ସମୟରେ ଦରିଆଗଞ୍ଜ ହିଂସା ଉସକାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଚନ୍ଦ୍ରଶେଖର ଆଜାଦଙ୍କୁ 21 ଡିସେମ୍ବରରେ ଗିରଫ କରିଥିଲା । 20 ଡିସେମ୍ବର ଦିଲ୍ଲୀର ଜାମା ମସଜିଦ ପରିସରରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରଦର୍ଶନ ଚାଲିଥିଲା ଏବଂ ସନ୍ଧ୍ୟା ସମୟରେ ଦରିୟାଗଞ୍ଜରେ ହିଂସା ବଢିଯାଇଥିଲା । ଏଥିରେ ଚନ୍ଦ୍ରଶେଖରଙ୍କ ହାତ ଥିବା ଅଭିଯୋଗ ରହିଛି ।

ABOUT THE AUTHOR

...view details