ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ସବୁବେଳେ ଉତ୍ତମ ରହିଆସିଛି । ଉଭୟ ଦେଶ ଏପରି ବିପଦ ସମୟରେ ଏକାଠି ମୁକାବିଲା କରୁଛନ୍ତି । ଆଗକୁ ଏପରି ସମ୍ପର୍କ ଜାରି ରହିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ବୁଧବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ମୋଦି କଥା ହୋଇଥିଲେ । ଏହି ଅବସରରେ ସେ ହସିନା ଓ ବାଂଲାଦେଶୀ ଲୋକଙ୍କୁ ପବିତ୍ର ରମଜାନ ମାସର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ବାଂଲାଦେଶୀ ଲୋକଙ୍କ ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ସେଠାରେ ଥିବା ଭାରତୀୟଙ୍କୁ ସମସ୍ତ ପ୍ରକାର ସହାୟତା କରିଥିବାରୁ ସେ ହସିନାଙ୍କୁ ଧନ୍ୟବାଦ ଦେଇଥିଲେ । ଏନେଇ ସେ ନିଜ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ।