କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିଛନ୍ତି ମୋଦି । ଦୁଇଦିନିଆ କୋଲକାତା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ କୃଷକ ମାନଙ୍କ ପାଇଁ କରାଯାଇଥିବା ଯୋଜନା ଲାଗୁ କରାଯାଇନାହିଁ ବୋଲି କହିଛନ୍ତି।
ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ମୋଦିଙ୍କ ସମାଲୋଚନା - ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କଲେ ମୋଦି
ଦୁଇ ଦିନିଆ କୋଲକାତା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୃଷକ ମାନଙ୍କ ପାଇଁ କରାଯାଇଥିବା ଯୋଜନା ରାଜ୍ୟରେ ଲାଗୁ କରାଯାଇନଥିବାରୁ ବେଙ୍ଗଲ ରାଜ୍ୟ ସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।
ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ମୋଦି
ନରେନ୍ଦ୍ର ମୋଦି ନେତାଜୀ ଇଣ୍ଡୋର ଷ୍ଟାଡିୟମରୁ ମମତା ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି । ରାଜ୍ୟର ନୀତି ନିର୍ଦ୍ଧାରକମାନେ ସଚ୍ଚୋଟଭାବରେ କାର୍ଯ୍ୟ କରିବା ଦରକାର ବୋଲି ପରୋକ୍ଷରେ ମମତା ସରକାରକୁ ଇଙ୍ଗିତ କରିଛନ୍ତି ମୋଦି । ରାଜ୍ୟରେ ସିଣ୍ଡିକେଟ ରାଜନୀତି ଚାଲିଛି ।ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 'କୃଷକ ସମ୍ମାନ ନିଧି ଯୋଜନା' ଆରମ୍ଭ କରାଯାଇନାହିଁ ବୋଲି ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି ।