ଓଡିଶା

odisha

ETV Bharat / bharat

ଉପବାଚସ୍ପତି ହରିବଂଶଙ୍କ ଚିଠି ସେୟାର କଲେ ମୋଦି, କହିଲେ ‘ସମସ୍ତେ ପଢିବା ଜରୁରୀ’ - ଉପବାଚସ୍ପତି ହରିବଂଶଙ୍କ ଚିଠି ସେୟାର କଲେ ମୋଦି

ବିରୋଧୀ ଦଳର ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଉତ୍ତେଜନା ବୃଦ୍ଧି ପାଉଛି। ବିରୋଧୀଙ୍କ ଆଚରଣରେ ମ୍ରିୟମାଣ ହୋଇ ଉପବାଚସ୍ପତି ହରିବଂଶ ଗୋଟିଏ ଦିନର ଉପବାସ ଘୋଷଣା କରିଛନ୍ତି।

ଉପବାଚସ୍ପତି ହରିବଂଶଙ୍କ ଚିଠି ସେୟାର କଲେ ମୋଦି
ଉପବାଚସ୍ପତି ହରିବଂଶଙ୍କ ଚିଠି ସେୟାର କଲେ ମୋଦି

By

Published : Sep 22, 2020, 2:00 PM IST

ନୂଆଦିଲ୍ଲୀ: ବିରୋଧୀ ଦଳର ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଉତ୍ତେଜନା ବୃଦ୍ଧି ପାଉଛି। ବିରୋଧିଙ୍କ ଆଚରଣରେ ବିରକ୍ତ ହୋଇ ଉପବାଚସ୍ପତି ହରିବଂଶ ଗୋଟିଏ ଦିନର ଉପବାସ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ହରିବଂଶ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେୟାର କରି କହିଛନ୍ତି ଯେ ଏଥିରେ ସତ୍ୟତା ବି ଅଛି, ଭାବନା ବି ଅଛି, ଏହାକୁ ନିଶ୍ଚିତ ପଢନ୍ତୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ବିଟରେ ଲେଖିଛନ୍ତି, ‘ ମାନନୀୟ ହରିବଂଶ ଲେଖିଥିବା ଚିଠି ମୁଁ ପଢିଲି । ଚିଠିର ପ୍ରତ୍ୟେକ ଶବ୍ଦରେ ଗଣତନ୍ତ୍ର ପ୍ରତି ଆମର ଆସ୍ଥାକୁ ନୂତନ ବିଶ୍ବାସ ଦେଇଛି । ଏହି ଚିଠି ପ୍ରେରଣାଦାୟକ ତଥା ପ୍ରଶଂସନୀୟ । ଏଥିରେ ସତ୍ୟ ଏବଂ ସମ୍ବେଦନଶୀଳତା ଅଛି । ମୋର ଅନୁରୋଧ କି ଏହାକୁ ସମସ୍ତ ନାଗରିକ ଏହାକୁ ପଢିବା ଜରୁରୀ ’ ।

ଉପବାଚସ୍ପତି ହରିବଂଶ ଏହି ଚିଠିରେ ଲେଖିଛନ୍ତି, ‘20 ସେପ୍ଟେମ୍ବରରେ ଗୃହ, ଆସନର ସମ୍ମାନକୁ ନଷ୍ଟ କରାଯାଇଛି । ଗଣତନ୍ତ୍ର ନାମରେ ହିଂସାତ୍ମକ ଆଚରଣ ଘଟିଥିଲା। ପେଡେଷ୍ଟାଲରେ ବସିଥିବା ବ୍ୟକ୍ତିଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଥିଲା । ଦୁଇ ଦିନ ଧରି ମୁଁ ଅସ୍ଥିରତା ଏବଂ ମାନସିକ ଯନ୍ତ୍ରଣା ଭୋଗୁଛି । ରାତିସାରା ଶୋଇ ପାରୁ ନାହିଁ । ମୁଁ ଅନୁଭବ କରୁଛି ଯେ ମୋତେ ଅସଦାଚରଣ କରାଯାଇଥିଲା । ଏଥିପାଇଁ ମୁଁ ଗୋଟିଏ ଦିନ ଉପବାସ କରିବି । ବୋଧହୁଏ ଏହା ସଦସ୍ୟମାନଙ୍କ ମଧ୍ୟରେ ଆତ୍ମ-ଶୁଦ୍ଧତାର ଭାବନାକୁ ଜାଗ୍ରତ କରିବ ’ ।

ABOUT THE AUTHOR

...view details