ଓଡିଶା

odisha

ETV Bharat / bharat

'ଆତ୍ମନିର୍ଭର ଭାରତ' ଗଠନରେ ୟୁପିର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା: ମୋଦି - ଉତ୍ତରପ୍ରଦେଶ ପ୍ରତିଷ୍ଠା ଦିବସ

ଉତ୍ତରପ୍ରଦେଶ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ 'ଆତ୍ମନିର୍ଭର ଭାରତ' ଗଠନରେ ୟୁପିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଅଧିକ ପଢନ୍ତୁ...

Modi says UP plays an important role in making of Atmanirbhar Bharat
'ଆତ୍ମନିର୍ଭର ଭାରତ' ଗଠନରେ ୟୁପିର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା: ମୋଦି

By

Published : Jan 24, 2021, 3:57 PM IST

ନୂଆଦିଲ୍ଲୀ: ବଳିଦାନ, ଦୃଢତା, ପରମ୍ପରା ଏବଂ ସଂସ୍କୃତିର ପବିତ୍ର ଭୂମି ଉତ୍ତରପ୍ରଦେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଉତ୍ତରପ୍ରଦେଶ ଆତ୍ମନିର୍ଭର ଭାରତ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ମୋଦି ଉଦବୋଧନ ଦେବା ସମୟରେ କହିଛନ୍ତି ।

ଉତ୍ତରପ୍ରଦେଶର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ମୋଦି ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ଟ୍ବିଟ କରି କହିଛନ୍ତି, ଉତ୍ତରପ୍ରଦେଶ ହେଉଛି ବଳିଦାନ, ଦୃଢତା, ପରମ୍ପରା ଏବଂ ସଂସ୍କୃତିର ପବିତ୍ର ଭୂମି ଏବଂ ଆତ୍ମନିର୍ଭର ଭାରତରେ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ରାଜ୍ୟ ସଫଳତାରୁ ଶିଖରକୁ ଛୁଇଁବା ସହିତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରୁ ବୋଲି ମୋଦି ଟ୍ବିଟ ମାଧ୍ୟମରେ କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉତ୍ତରପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିଳିତ ଭାବରେ ଏହି ପବିତ୍ର, ଧାର୍ମିକ ଭୂମିର ରାଜ୍ୟର ବିକାଶ ପାଇଁ କାର୍ଯ୍ୟ ଜାରି ରଖିଛନ୍ତି ।

ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ରାଜ୍ୟର 24 କୋଟି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନୂଆ ରାଜ୍ୟ ଗଠନ ସମ୍ପର୍କରେ ଚିନ୍ତା କରିଛନ୍ତି । ତେବେ 2017 ମସିହା ଡିସେମ୍ବର ମାସରେ ପ୍ରତି ଜାନୁଆରୀ ମାସ 24 ତାରିଖରେ ଉତ୍ତରପ୍ରଦେଶର ପ୍ରତିଷ୍ଠା ଦିବସ ପାଳନ କରିବାକୁ ସ୍ଥିର କରିଥିଲେ । କିନ୍ତୁ 1950 ମସିହାରେ ଉତ୍ତରପ୍ରଦେଶ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ପ୍ରତିଷ୍ଠା ହୋଇଥିଲା ।

@ANI

ABOUT THE AUTHOR

...view details