ଓଡିଶା

odisha

ETV Bharat / bharat

ମୋଦିଙ୍କୁ ପ୍ରତିବର୍ଷ ମିଠା ଓ କୁର୍ତ୍ତା ଉପହାର ଦିଅନ୍ତି ଦିଦି

ମମତା ବାନାର୍ଜୀ ପ୍ରତିବର୍ଷ ମୋଦିଙ୍କୁ କୁର୍ତା ଏବଂ ମିଠା ଉପହାରରେ ଦିଅନ୍ତି ।

ଡିଜାଇନ ଫଟୋ

By

Published : Apr 25, 2019, 1:50 AM IST

ନୂଆଦିଲ୍ଲୀ: ସର୍ବଦା ମୋଦିଙ୍କ ବିରୁଦ୍ଧରେ ବିଷ ଓଗାଳୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଜଣେ ଭଲ ବନ୍ଧୁ । ସେ ପ୍ରତିବର୍ଷ ତାଙ୍କୁ କୁର୍ତା ଉପହାରରେ ଦେଉଥିବା ଖୋଲାଖୋଲି ଭାବେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସହ ବୁଧବାର ଏକ ଅନୌପଚାରିକ ସାକ୍ଷାତକାର ସମୟରେ ମୋଦି ଏଭଳି କହିଛନ୍ତି ।

ସେ କହିଛନ୍ତି, ନିର୍ବାଚନ ସମୟରେ ଏହା ମତେ ପ୍ରଭାବିତ କରିପାରେ କିନ୍ତୁ ମୁଁ ଏହାକୁ ସ୍ବୀକାର କରୁଛି । ମମତା ବାନାର୍ଜୀ ଏବେ ମଧ୍ୟ କୁର୍ତା ଉପହାର ଦେଉଥିବା କହିଛନ୍ତି ମୋଦି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶୈଖ ହସିନା ବଙ୍ଗାଳୀ ମିଠା ପଠାଇବା କଥା ଜାଣିବା ପରେ ମମତା ମଧ୍ୟ ମୋଦିଙ୍କୁ ପଠାନ୍ତି ମିଠା ଆଉ କୁର୍ତ୍ତା ।

ତେବେ ନିଜ ବିପକ୍ଷଙ୍କ ସହ ତାଙ୍କର କିଭଳି ସମ୍ପର୍କ ରହିଥିଲା ତାହା ମଧ୍ୟ ସେ ଏହି ସାକ୍ଷାତକାରରେ କହିଛନ୍ତି । ବିରୋଧୀଙ୍କ ମଧ୍ୟରେ ଅନେକ ତାଙ୍କର ବନ୍ଧୁ ଥିଲେ ଏବଂ ସମୟ କ୍ରମେ ସେମାନେ ତାଙ୍କୁ ବିରୋଧ କରିବା ଆରମ୍ଭ କରିଥିବା ମୋଦି କହିଛନ୍ତି ।

For All Latest Updates

ABOUT THE AUTHOR

...view details