ଓଡିଶା

odisha

ETV Bharat / bharat

ପିଏମ ମୋଦି ଫେସବୁକରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା - ପିଏମ ମୋଦି ଫେସବୁକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେସବୁକରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ଅଟନ୍ତି । ଏହାସହ ଆମେରିକା ରାଷ୍ଟ୍ରପତି ଇଣ୍ଟାରାକ୍ସନ ଦୃଷ୍ଟିରୁ ଶୀର୍ଷରେ ରହିଛନ୍ତି । କୋଭିଡ୍-19 ମହାମାରୀ ସମୟରେ ସୋସିଆଲ୍ ମିଡିଆରେ ବିଶ୍ବ ନେତାଙ୍କ ଫଲୋଅର୍ସ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 23, 2020, 11:25 PM IST

ନ୍ୟୁୟର୍କ: ସାରା ବିଶ୍ବରେ କୋରୋନା ସଙ୍କଟ କାଳରେ ଭାରତର ଆଭିମୁଖ୍ୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋରୋନା ସଙ୍କଟ ପରିଚାଳନାକୁ ବିଶ୍ବ ରାଷ୍ଟ୍ର ପ୍ରମୁଖ ପ୍ରଶଂସା କରିଛନ୍ତି । ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେସବୁକରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ଅଟନ୍ତି । ଏହାସହ ଆମେରିକା ରାଷ୍ଟ୍ରପତିଙ୍କ ସହ ଯୋଗାଯୋଗ ଦୃଷ୍ଟିରୁ ମଧ୍ୟ ସେ ଶୀର୍ଷରେ ରହିଛନ୍ତି ।

ସୋସିଆଲ୍ ନେଟୱାର୍କିଂ ପ୍ଲାଟଫର୍ମରେ ବିଶ୍ବ ନେତାଙ୍କ ନେତାମାନଙ୍କ ଫଲୋଅର୍ସ ସଂଖ୍ୟା କୋଭିଡ୍ -19 ମହାମାରୀ କାଳରେ କ୍ରମାଗତ ଭାବରେ ବୃଦ୍ଧି ପାଇଛି | ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ପେଜରେ 4.5 କୋଟି ଲାଇକ୍ ରହିଛି । ବିଶ୍ବସ୍ତରୀୟ ଯୋଗାଯୋଗ ଏଜେନ୍ସି ବିସିଡବ୍ଲୁ (ବର୍ସନ କୋହାନ ଆଣ୍ଡ ୱଲଫ) ଏକ ନୂତନ ରିପୋର୍ଟ 'ଫେସବୁକରେ ୱାର୍ଲ୍ଡ ଲିଡର୍ସ'ରେ ଏହା ସୂଚନା ଦେଇଛି ।

ରିପୋର୍ଟ ଅନୁଯାୟୀ, ପ୍ରାୟ 2.7 କୋଟି ଲାଇକ୍ ସହିତ ଟ୍ରମ୍ପ ଫେସବୁକରେ ଦ୍ବିତୀୟ ଲୋକପ୍ରିୟ ନେତା ଏବଂ ଜୋର୍ଡାନର ରାଣୀ ରାନିଆ 1.68 କୋଟି ଲାଇକ୍ ସହିତ ତୃତୀୟ ସ୍ଥାନରେ ଅଛନ୍ତି ।

ଏହି ରିପୋର୍ଟ ପ୍ରସ୍ତୁତ କରିବାକୁ, ମାର୍ଚ୍ଚ ମାସରେ ଏଜେନ୍ସି ବିଶ୍ବ ନେତାଙ୍କ 721 ଫେସବୁକ୍ ପେଜ୍ ଅଧ୍ୟୟନ କରିଛି । ଅନୁସନ୍ଧାନରୁ ଜଣାପଡିଛି ଯେ କେବଳ ମାର୍ଚ୍ଚ ମାସରେ, ପେଜ ଲାଇକ 3.7% ବୃଦ୍ଧି ହୋଇଛି, ଯାହା ଗତ 12 ମାସର ଅଧା ଅଟେ । ଏହି ସମୟ ମଧ୍ୟରେ, ଇଟାଲୀର ପ୍ରଧାନମନ୍ତ୍ରୀ ଜିଉସେପ୍ କଣ୍ଟେ ଏବଂ ଅଷ୍ଟ୍ରିଆ, ଇଷ୍ଟୋନିଆ ଏବଂ ଇଟାଲୀ ସରକାରଙ୍କ ଫେସବୁକ ପେଜ୍ ଦୁଇଗୁଣ ଲାଇକ ଓ ଫଲୋଅର୍ସ ପାଇଛନ୍ତି ।

@IANS

ABOUT THE AUTHOR

...view details