ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ମୋଦି ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ତାଙ୍କ ବାସଭବନରେ ଭେଟି ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଛନ୍ତି ।
ଅରୁଣ ଜେଟଲୀଙ୍କୁ ଭେଟିଲେ ମୋଦି - modi
ଶପଥ ପାଠ ପୂର୍ବରୁ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଭେଟିଛନ୍ତି ମୋଦି ।
ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଅରୁଣ ଜେଟଲୀ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଦଳର କାର୍ଯ୍ୟଭାର ସମ୍ଭାଳିବା ପାଇଁ ତାଙ୍କ ସହ ଆଲୋଚନା କରିଛନ୍ତି । ତେବେ ଦୀର୍ଘ 20 ମିନିଟ ପର୍ଯ୍ୟନ୍ତ ମୋଦି ଏବଂ ଅରୁଣ ଜେଟଲୀଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା ।
ପ୍ରକାଶ ଥାଉକି, ଗତ କିଛି ମାସ ହେବ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ଯବସ୍ଥା ଖରାପ ଅଛି । ତେଣୁ ଏପରି ସ୍ଥିତିରେ ସେ କୌଣସି କାର୍ଯ୍ୟାଭାର ତୁଲାଇବା ପାଇଁ ସକ୍ଷମ ନୁହେଁ ବୋଲି ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ଜେଟଲି ଏକ ଚିଠି ଲେଖିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କୁ କୌଣସି ମନ୍ତ୍ରୀପଦ ନ ଦିଆଯାଉ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, ମୁଁ ଏହି ଚିଠି ଏଥିପାଇଁ ଲେଖୁଛି କାରଣ ଏହାଦ୍ବାରା ନିଜର ସ୍ବାସ୍ଥ୍ୟର ଉପଚାର ପାଇଁ ମୁଁ ଆପଣଙ୍କ ଠାରୁ କିଛି ସମୟ ମାଗିବାର ଅନୁମତି ନେଇପାରିବି । ତେଣୁ ଏଥିପାଇଁ ନୂଆ ସରକାର ଗଠନ ହେବା ପୂର୍ବରୁ ମୁଁ କୌଣସି କାର୍ଯ୍ୟଭାର ନେବାପାଇଁ ଚାହୁଁନାହିଁ ।