ପ୍ୟାରିସ୍: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା କରିବା ପରେ ୟୁଏଇ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଚାର୍ଲସ ଡେ ଗାଲ ଏୟାରପୋର୍ଟରୁ ଯୁଏଇ ପାଇଁ ଉଡାଣ ଭରିଥିଲେ । ତାଙ୍କୁ ଛାଡିବା ପାଇଁ ଫ୍ରାନ୍ସର ଅନେକ ଅଧିକାରୀ ବିମାନ ବନ୍ଦର ଆସିଥିଲେ । ତେବେ ମୋଦିଙ୍କ ଫ୍ରାନ୍ସ ଗସ୍ତ ସଫଳ ହୋଇଥିବା ସେ ଟ୍ବିଟ କରି ଜଣାଇଛନ୍ତି । ସେ କହିଛନ୍ତି, ଭାରତ-ଫ୍ରାନ୍ସ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ଏହା ଆମ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି । ଏହା ସହିତ ଫ୍ରାନ୍ସ ସରକାର ଏବଂ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦି ।
ସଫଳ ହେଲା ମୋଦିଙ୍କ ଫ୍ରାନ୍ସ ଗସ୍ତ, ଟ୍ବିଟ କରି ଦେଲେ ଧନ୍ୟବାଦ - united arab emirates
ମୋଦିଙ୍କ ଫ୍ରାନ୍ସ ଗସ୍ତ ସଫଳ ହୋଇଥିବା ସେ ଟ୍ବିଟ କରି ଜଣାଇଛନ୍ତି । ଏହା ଆମ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି ମୋଦି । ଏହା ସହିତ ଫ୍ରାନ୍ସ ସରକାର ଏବଂ ଦେଶବାସୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।
ଫଟୋ ସୌଜନ୍ୟ: ଟ୍ବିଟର@narendramodi
ତେବେ ଜି-7 ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ପୁଣିଥରେ ଫ୍ରାନ୍ସ ଫେରିବେ । ଜି-7 ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତକୁ ପ୍ରଥମଥର ପାଇଁ 2003 ମସିହାରେ ଆମନ୍ତ୍ରିତ କରାଯାଇଥିଲା । ସେହି ସମୟରେ ଏହି ସମ୍ମିଳନୀ ଫ୍ରାନ୍ସରେ ହିଁ ଆୟୋଜିତ ହୋଇଥିଲା । ଚଳିତ ଥର ଏହି ସମ୍ମିଳନୀ ଫ୍ରାନ୍ସର ବିୟାରିତ୍ଜରେ ଆୟୋଜିତ ହେବ । ଏହା ସମ୍ମିଳନୀର 45 ତମ ସଂସ୍କରଣ ହେବ । ଏଠାରେ ବିଶ୍ବର ପ୍ରମୁଖ ନେତାଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହେବ ।