ଓଡିଶା

odisha

ମଣିପୁରର ପ୍ରତି ଘରେ ପହଞ୍ଚିବ ପାଣି, ପ୍ରଧାନମନ୍ତ୍ରୀ ଉଦଘାଟନ କଲେ ଜଳ ଯୋଗାଣ ପ୍ରକଳ୍ପ

By

Published : Jul 23, 2020, 1:38 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଣିପୁରରେ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ‘ପ୍ରତି ଘରେ ଜଳ ମିଶନ’ ଅଧୀନରେ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଣିପୁରରେ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ‘ପ୍ରତି ଘରେ ଜଳ ମିଶନ’ ଅଧୀନରେ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କୋରୋନା ସଙ୍କଟରେ ଦେଶରେ ଲକଡାଉନ୍ ମାତ୍ର ଦେଶ ବନ୍ଦ ହୋଇନାହିଁ ଓ ଦେଶ କ୍ଳାନ୍ତ ନୁହେଁ। ଟୀକା ଆସିବା ପର୍ଯ୍ୟନ୍ତ, ଆମକୁ ଜୋରଦାର ଯୁଦ୍ଧ ଜାରି ରଖିବାକୁ ପଡିବ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ନିରନ୍ତର ସହାୟତା ଦିଆଯାଉଛି, ରାଜ୍ୟ ସରକାର କୋରୋନା ସହ କାରବାର କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ପ୍ରାୟ 25 ଲକ୍ଷ ଲୋକ ମାଗଣା ଖାଦ୍ୟ ଶସ୍ୟ ପାଇଛନ୍ତି, ଦେଢ ଲକ୍ଷରୁ ଅଧିକ ମହିଳା ମାଗଣା ଗ୍ୟାସ ସିଲିଣ୍ଡର ପାଇଛନ୍ତି। ସେ ଏହା କହିଛନ୍ତି ଯେ ପ୍ରତିଦିନ 1 ଲକ୍ଷ ଜଳ ସଂଯୋଗ ଦିଆଯାଉଛି।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଉତ୍ତର-ପୂର୍ବରେ ବନ୍ୟା ପ୍ରଭାବିତ ରାଜ୍ୟମାନଙ୍କୁ ନିରନ୍ତର କେନ୍ଦ୍ର ସାହାଯ୍ୟ କରୁଛି। ଆଜିର ଜଳ ପ୍ରକଳ୍ପ କେବଳ ଆଜି ନୁହେଁ ଭବିଷ୍ୟତ ପିଢି ପାଇଁ ମଧ୍ୟ ଲାଭଦାୟକ ହେବ। ଶୁଦ୍ଧ ଜଳ କେବଳ ଶୋଷ ମେଣ୍ଟାଇବ ନାହିଁ, ଏହା ଲୋକଙ୍କୁ ସୁସ୍ଥ ରଖିବ ଓ ରୋଜଗାର ଯୋଗାଇବା ପାଇଁ ମଧ୍ୟ କାର୍ଯ୍ୟ କରିବ ।

ସେ କହିଛନ୍ତି ଯେ ଗତ ବର୍ଷ ଯେତେବେଳେ ‘ଜଳ ଜୀବନ ମିଶନ’ ଆରମ୍ଭ ହୋଇଥିଲା, ସେତେବେଳେ ମୁଁ କହିଥିଲି ଯେ ପୂର୍ବ ସରକାର ତୁଳନାରେ ଆମକୁ ଶୀଘ୍ର କାର୍ଯ୍ୟ କରିବାକୁ ପଡିବ। ଆମର ଲକ୍ଷ୍ୟ ଥିଲା 150 ମିଲିୟନ ପରିବାରକୁ ଜଳ ଯୋଗାଇବା । ଲକଡାଉନ୍ ସମୟରେ ମଧ୍ୟ ପ୍ରତ୍ୟେକ ଗାଁରେ ପାଇପ ଲାଇନ ଲଗାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ବିରେନ ସିଂ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପିଏମଓ କେବଳ ରାଜ୍ୟ ସରକାରଙ୍କ ଗୋଟିଏ ଚିଠିରେ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ରାଜ୍ୟ ନିରନ୍ତର କେନ୍ଦ୍ରରୁ ସହାୟତା ନେଉଛି।

ମଣିପୁର ଜଳ ଯୋଗାଣ ପ୍ରକଳ୍ପ 2024 ସୁଦ୍ଧା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ନିରାପଦ ଓ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବା ପାଇଁ କେନ୍ଦ୍ରର ଜଳ ଜୀବନ ମିଶନର ଏକ ଅଂଶ । ମଣିପୁରକୁ ଘରୋଇ ଟ୍ୟାପ୍ ସଂଯୋଗ ପାଇଁ କେନ୍ଦ୍ର 1,42,749 ଘର ସହିତ 1,185 ବସ୍ତିକୁ ଅନ୍ତର୍ଭୁକ୍ତ କରିଛି । ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଦ୍ବାରା ଆର୍ଥିକ ଋଣ ସହିତ ପ୍ରାୟ 3,054.58 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ନିର୍ମିତ ହେବ ।

ରାଜ୍ୟ ସରକାର ଉତ୍ତର ପୂର୍ବାଞ୍ଚଳ ବିକାଶ ବିଭାଗର ପାଣ୍ଠି ସମେତ ଅତିରିକ୍ତ ଅର୍ଥ ମାଧ୍ୟମରେ ଅବଶିଷ୍ଟ ଘର ଗୁଡିକୁ ଯୋଡିବାକୁ ଯୋଜନା କରିଛନ୍ତି। ବାହ୍ୟ ପାଣ୍ଠିରୁ ଆର୍ଥିକ ଅନୁଦାନ ପ୍ରାପ୍ତ ଏହି ପ୍ରକଳ୍ପଟି 25 ଟି ସହର ଓ 1,731 ଗ୍ରାମୀଣ ବସ୍ତିରେ ଘରୋଇ ଟ୍ୟାପ୍ ସଂଯୋଗ ଯୋଗାଇବା ପାଇଁ ଡିଜାଇନ୍ କରାଯାଇଛି । ଏହା ଗ୍ରେଟର ଇମ୍ଫାଲ ଯୋଜନା କ୍ଷେତ୍ରର 16 ଟି ଜିଲ୍ଲାର 2,80,756 ଘରକୁ ଅନ୍ତର୍ଭୁକ୍ତ କରିଛି ।

ABOUT THE AUTHOR

...view details