ଚେନ୍ନାଇ: ଚେନ୍ନାଇରେ ଚୀନ ରାଷ୍ଟ୍ରପତି । ସି ଜିନପିଙ୍ଗ୍ ଶୁକ୍ରବାର ଅପରାହ୍ନରେ ମହାବଳୀପୁରମରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭବ୍ୟ ସ୍ବାଗତ ପରେ ଦୁଇ ବିଶ୍ବର ତୁଙ୍ଗ ନେତା ମହାବଳୀପୁରମରେ ବିଭିନ୍ନ ଐତିହାସିକସ୍ଥଳୀ ବୁଲି ଦେଖିଛନ୍ତି ।
ମହାବଳୀପୁରମ୍ରେ ଦୁଇ ବାହୁବଳୀ: ପରିଭ୍ରମଣ କରିଲେ ଐତିହ୍ୟସ୍ଥଳୀ - ଚେନ୍ନାଇରେ ଚୀନ ରାଷ୍ଟ୍ରପତି
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଶୁକ୍ରବାର ଅପରାହ୍ନରେ ମହାବଳୀପୁରମରେ ପହଞ୍ଚିଛନ୍ତି । ବିଶ୍ବର ତୁଙ୍ଗ ନେତା ମହାବଳୀପୁରମରେ ବିଭିନ୍ନ ଐତିହାସିକସ୍ଥଳୀ ବୁଲି ଦେଖିଛନ୍ତି । ଅଧିକ ପଢନ୍ତୁ...
ଦୁଇ ନେତା ମମଲ୍ଲାପୁରମରେ ୟୁନେସ୍କୋର ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ଅର୍ଜୁନଙ୍କ ତପସ୍ୟାସ୍ଥଳ, ‘କୃଷ୍ଣା କି ୱାଟର ବଲ’ ସ୍ଥଳ, ମହାବଳୀପୁରମ ପଞ୍ଚରଥ ମନ୍ଦିର ସ୍ଥଳ ପରିଦର୍ଶନ କରିଛନ୍ତି । ସେଠାରେ ଦୁଇ ନେତା ପଇଡ ପାଣି ପିଇବା ସହ ହାଲକାଫୁଲକା ମୂହୁର୍ତ୍ତ ବିତାଇଛନ୍ତି । ସୋର୍ ଟେମ୍ପୁଲ ପରିଦର୍ଶନ କରିଛନ୍ତି ଦୁଇ ନେତା । ସମସ୍ୟ ଐତିହ୍ୟସ୍ଥଳ ମୋଦି, ଚୀନ ରାଷ୍ଟ୍ରପତିଙ୍କୁ ବୁଲାଇବା ସହ ଏହାର ଇତିହାସ ସମ୍ବନ୍ଧରେ ସମ୍ୟକ ସୂଚନା ଦେଇଛନ୍ତି । ଶୁକ୍ରବାର ସୋର୍ ମନ୍ଦିର ନିକଟରେ ରାତ୍ରିଭୋଜନ ସଭାର ଆୟୋଜନ କରାଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ ମୋଦିଙ୍କ ସହ ଦ୍ବିତୀୟ ଅନୌପଚାରିକ ଶିଖର ସମ୍ମିଳନୀରେ ଯୋଗଦେବେ ପାଇଁ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜିନ୍ପିଙ୍ଗ । ଏଥିସହ ଚେନ୍ନାଇର ମହାବଳୀପୁରମ୍ରେ ୩ଟି ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଛନ୍ତି ଚୀନ ରାଷ୍ଟ୍ରପତି ।