ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ଗସ୍ତରେ ମୋଦି, ମମତାଙ୍କୁ ଦେବେ ଠିକଣା ଜବାବ ! - today

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତ ରହିଛି । ସରକାରୀ କାର୍ଯ୍ୟକ୍ରମ ସହିତ ଦଳୀୟ ସମାବେଶରେ ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସରକାରୀ ଗସ୍ତ ଅପେକ୍ଷା ସାଧାରଣ ସଭାକୁ ନେଇ ସମସ୍ତଙ୍କ ନଜର ରହିଛି ।

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ

By

Published : Feb 8, 2019, 9:28 AM IST

କୋଲକାତା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତ ରହିଛି । ସରକାରୀ କାର୍ଯ୍ୟକ୍ରମ ସହିତ ଦଳୀୟ ସମାବେଶରେ ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସରକାରୀ ଗସ୍ତ ଅପେକ୍ଷା ସାଧାରଣ ସଭାକୁ ନେଇ ସମସ୍ତଙ୍କ ନଜର ରହିଛି । କାରଣ ମମତା ସରକାର ମୋଦି ସରକାର ବିରୋଧରେ ସିବିଆଇ ପ୍ରସଙ୍ଗକୁ ନେଇ ତିନି ଦିନ ଅହୋରାତ୍ର ଧାରଣା ଦେଇଥିଲେ । ତେଣୁ ଆଜି ସାଧାରଣ ସମାବେଶରେ ମମତାଙ୍କୁ ଠିକଣା ଜବାବ ମୋଦି ଦେଇପାରନ୍ତି । ଯାହାକୁ ନେଇ ଏବେ ସାରା ଦେଶର ନଜର ।

ସିବିଆଇକୁ ନେଇ ମୋଦି-ମମତା ସରକାର ମଧ୍ୟରେ ବିବାଦରେ ଏଯାଏଁ ମୋଦି କିଛି କହିନାହାନ୍ତି । ତେଣୁ ଏହି ରାଲି ଜରିଆରେ ବିଜେପି କର୍ମୀଙ୍କ ମନରେ ପ୍ରଧାନମନ୍ତ୍ରୀ ଜୋଶ ଭରିବେ ବୋଲି ଆକଳନ ହୋଇଛି ।

ଏହି ଗସ୍ତ ସମୟରେ ଜଲପାଇଗୁଡ଼ୀରେ ଫଲାକାତା-ସଲସଲାବାଡ଼ି ଜାତୀୟ ରାଜପଥ 31-ଡି ପାଇଁ 4 ଲେନ ରାସ୍ତାର ଭିତ୍ତି ପ୍ରସ୍ତର ପକାଇବା ସହ ହାଇକୋର୍ଟ ନୂଆ ସର୍କିଟ ବେଞ୍ଚର ଉଦଘାଟନ କରିବେ । ଜଲପାଇଗୁଡ଼ୀ ଜିଲ୍ଲାରେ ଯାଉଥିବା 41.7 କିଲୋମିଟରର ଜାତୀୟ ରାଜପଥ ପାଇଁ 1938 କୋଟି ଟଙ୍କା ବ୍ୟୟରେ 4 ଲେନ ରାସ୍ତା ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ପକ୍ଷରୁ କୁହାଯାଇଛି ।

ଗୋଟିଏ ସପ୍ତାହ ମଧ୍ୟରେ ମୋଦିଙ୍କର ପଶ୍ଚିମବଙ୍ଗରେ ଏହା ତୃତୀୟ ରାଲି ହେବ । ନିକଟରେ ନର୍ଥ 24 ପରଗାନସ ଜିଲ୍ଲାରେ ଥିବା ଠାକରୁନଗର ଏବଂ ପଶ୍ଚିମ ବୁର୍ଦଓ୍ବାନ ଜିଲ୍ଲା ଦୁର୍ଗାପୁରରେ ରାଲି କରିଥିଲେ ମୋଦି ।

2014 ସାଧାରାଣ ନିର୍ବାଚନରେ ପଶ୍ଚିମବଙ୍ଗର 42 ସିଟ ମଧ୍ୟରୁ ବିଜେପି 2ଟି ସିଟରେ ଜିତି ଥିଲା । ହେଲେ 4 ବର୍ଷ ମଧ୍ୟରେ ବିଜେପି ନିଜର ସାଂଗଠନିକ ସ୍ଥିତି ଓ ବିଭିନ୍ନ ସମାବେଶ ଜରିଆରେ ରାଜ୍ୟରେ ଏବେ ସକ୍ରିୟ ରହିଛି । ତେଣୁ ଚଳିତ ନିର୍ବାଚନରେ 23ଟି ଆସନ ବିଜେପି ଜିତିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।


For All Latest Updates

ABOUT THE AUTHOR

...view details