ଓଡିଶା

odisha

By

Published : Jul 18, 2019, 11:53 PM IST

ETV Bharat / bharat

ବିଶ୍ବର ପ୍ରେରଣା ଦାୟକ ବ୍ୟକ୍ତିଙ୍କ ଲିଷ୍ଟରେ ମୋଦି ଓ ବଲିଉଡ ସିତାରା

‘ୟୁଗୋଭ’ ପ୍ରକାଶ କରିଛି ବିଶ୍ବର ‘Most Admired’ଲିଷ୍ଟ । ବିଲଗେଟ, ବାରାକ ଓବାମାଙ୍କ ସହ ସାମିଲ ହୋଇଛନ୍ତି ମୋଦି ଓ ବଲିଉଡର ଅନେକ ଷ୍ଟାର ।

ଫଟୋ ସୌଜନ୍ୟ: ଟ୍ବିଟର/@thesushmitasen

ହାଇଦ୍ରାବାଦ: ‘ୟୁଗୋଭ’ଦ୍ବାରା କରାଯାଇଥିବା ଇଣ୍ଟରନେଟ ସର୍ଭେରେ 20 ଜଣ ପ୍ରେରଣାଦାୟୀ ମହିଳା ଓ ପୁରୁଷଙ୍କୁ ଚୟନ କରାଯାଇଛି । ପୁରୁଷଙ୍କ ଲିଷ୍ଟରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଲିଉଡ ବାଦଶାହା ଶାହାରୁଖ ଖାନ୍, ଅମିତାଭ ବଚ୍ଚନ ଓ ସଲମାନ ଖାନ୍ । ଟପ-20 ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସବୁଥର ଭଳି ଏଥର ମଧ୍ୟ ଲିଷ୍ଟର ସର୍ବୋପରେ ଅଛନ୍ତି ମାଇକ୍ରୋସଫ୍ଟ ଫାଉଣ୍ଡର ବିଲ୍ ଗେଟ ଓ ତାଙ୍କ ପରେ ଅଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ମାତ୍ର ଲିଷ୍ଟରେ କେବଳ ମୋଦି ହିଁ ଜଣେ ରାଜନେତା ହିସାବରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ପ୍ରେରଣାଦାୟୀ ମହିଳାଙ୍କ ମଧ୍ୟରେ ଅଛନ୍ତି ସୁସ୍ମିତା ସେନ୍, ପ୍ରିୟଙ୍କା ଚୋପ୍ରା, ଐଶର୍ଯ୍ୟା ରାୟ, ଦୀପିକା ପାଦୁକୋନଙ୍କ ନାମ ଦେଖିବାକୁ ମିଳିଛି । ଏହାସହ ମହିଳାଙ୍କ ଲିଷ୍ଟରେ ଉପରେ ଅଛନ୍ତି ବାରାକ ଓବାମାଙ୍କ ପତ୍ନୀ ମାଇକେଲ ଓବାମା ।

ABOUT THE AUTHOR

...view details