ଓଡିଶା

odisha

ETV Bharat / bharat

ବଜାରକୁ ଆସିଲା ‘ମୋଦି ଇଡଲି’ - Tamil Nadu's Salem

ବଜାରକୁ ଆସିଲା ମୋଦି ଇଡଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ତାମିଲନାଡୁର ସାଲେମରେ ଜନସାଧାରଣଙ୍କୁ ‘ମୋଦି ଇଡଲି’ ବିକ୍ରିୟ ପାଇଁ ପ୍ରସ୍ତୁତି ଚାଲିଛି । ମାତ୍ର ୧୦ ଟଙ୍କାରେ ଲୋକମାନେ ଚାରୋଟି ଇଡଲି ଖାଇପାରିବେ । ଅଧିକ ପଢନ୍ତୁ...

ବଜାରକୁ ଆସିଲା ମୋଦି ଇଡଲି, 10 ଟଙ୍କାରେ ଚାରୋଟି ଇଡଲି
ବଜାରକୁ ଆସିଲା ମୋଦି ଇଡଲି, 10 ଟଙ୍କାରେ ଚାରୋଟି ଇଡଲି

By

Published : Sep 2, 2020, 10:51 AM IST

ଚେନ୍ନାଇ: ସାଧାରଣତଃ ଦକ୍ଷିଣ ଭାରତରେ ଲୋକମାନେ ଉଡଲି, ଉପମା, ଦୋସା ଖାଇବା ପସନ୍ଦ କରନ୍ତି । ସେଠାର ପ୍ରମୁଖ ବ୍ୟଞ୍ଜନ ହେଉଛି ଏହି ସବୁ ଖାଦ୍ୟ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ତାମିଲନାଡୁର ସାଲେମରେ ଜନସାଧାରଣଙ୍କୁ ‘ମୋଦି ଇଡଲି’ ବିକ୍ରିୟ ପାଇଁ ପ୍ରସ୍ତୁତି ଚାଲିଛି। କୋରୋନା ମହାମାରୀରେ ‘ମୋଦୀ ଇଡଲି’ ଖୁବ ଶସ୍ତାରେ ମିଳିବ ବୋଲି ସୂଚନା ମିଳିଛି । ମାତ୍ର ୧୦ ଟଙ୍କାରେ ଲୋକମାନେ ଚାରୋଟି ଇଡଲି ଖାଇପାରିବେ । ବର୍ତ୍ତମାନ ଏହା ତାମିଲନାଡୁର ସାଲେମରେ ବିକ୍ରି କରିବାର ପ୍ରସ୍ତୁତ ଚାଲିଛି।

ତେବେ ଜଣେ ବରିଷ୍ଠ ବିଜେପି କର୍ମକର୍ତ୍ତାଙ୍କ,ସୌଜନ୍ୟରେ ତାମିଲନାଡୁର ସାଲେମରେ ଜନସାଧାରଣଙ୍କୁ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ଏହି ପଦକ୍ଷେପକୁ ବ୍ୟାପକ ପ୍ରଚାର କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ 'ମୋଦୀ ଇଡଲି' ପୋଷ୍ଟର ଲଗାଯାଇଛି, ଯାହାକି ବିଜେପି ପ୍ରଚାର ପ୍ରକୋଷ୍ଠର ରାଜ୍ୟ ଉପାଧ୍ୟକ୍ଷ ମହେଶ କରିଛନ୍ତି । ଏହି ପୋଷ୍ଟରରେ ବାମ ପାର୍ଶ୍ୱରେ ପିଏମ ନରେନ୍ଦ୍ର ମୋଦୀ ଏବଂ ଡାହାଣ ପାର୍ଶ୍ୱରେ ମହେଶଙ୍କ ଫଟୋ ଲାଗିଛି। ଏହା ସହ ୧୦ ଟଙ୍କାରେ ଚାରିଟି ଇଡଲି ମିଳିବା ନେଇ ମଧ୍ୟ ଲେଖାଯାଇଛି । ସାଲେମ ହେଉଛି ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀଙ୍କ ମୂଳ ଜିଲ୍ଲା।

ବିଜେପି ତାମିଲନାଡୁର ଗଣମାଧ୍ୟମ ସଚିବ ଆର ବାଲାସୁବ୍ରମଣ୍ୟନ କହିଛନ୍ତି ଯେ, ପ୍ରଥମେ ଇଡଲି ବିକ୍ରିୟ ପାଇଁ ୨୨ଟି ଦୋକାନ ଖୋଲିବାର ଯୋଜନା ରହିଛି। ଏହାର ସଫଳତା ଉପରେ ଆଧାର କରି ଆଉଟଲେଟ୍ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ପ୍ରତିଦିନ 40,000 ଇଡଲି ତିଆରି ପାଇଁ ଯନ୍ତ୍ରପାତି ଆସି ସାରିଛି, ଏବଂ ଆସନ୍ତା ସପ୍ତାହରେ ଏହା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details