ଶ୍ରୀନଗର: ଧିରେ ଧିରେ ସ୍ବାଭାବିକ ହେଉଛି ଜମ୍ମୁ-କାଶ୍ମୀର । ଦେଶର ଅନ୍ୟ ରାଜ୍ୟ ଭଳି ଜମ୍ମୁକାଶ୍ମୀରବାସୀ କିଭଳି କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକର ଲାଭ ପାଇବେ ଏଥିପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଧାରା 370 ଉଚ୍ଛେଦ ହେବା ପରେ ସରକାରଙ୍କ ପ୍ରଥମ ଲକ୍ଷ୍ୟ ଥିଲା ଜାମ୍ମୁ କାଶ୍ମୀରବାସୀଙ୍କୁ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚାଇବା । ଆଉ ଧିରେ ଧିରେ ପରିସ୍ଥିତି ସ୍ବାଭାବିକ ହେଉଥିବାରୁ ସରକାର ଆଶା ଉଜ୍ଜୀବିତ ହେବାରେ ଲାଗିଛି ।
ପୂର୍ବରୁ ଜାମ୍ମୁକାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଥିବାରୁ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ଏଠାରେ କାର୍ଯ୍ୟକାରୀ ହେଉନଥିଲା । ଫଳରେ ଦେଶର ଏକ ପ୍ରମୁଖ ଅଂଶ ବିକଶିତ ହେବାରୁ ବଞ୍ଚିତ ହେଉଥିଲା । ତେଣୁ ଏବେ ଜମ୍ମୁକାଶ୍ମୀର ପ୍ରତ୍ୟେକ ନାଗରିକ ନିକଟରେ ଯୋଜନାର ସଫଳ ରୂପାୟନ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି ।