ଓଡିଶା

odisha

ETV Bharat / bharat

ଧାରା 370 ଉଛେଦ, ରାମ ମନ୍ଦିର ପରେ ଆସିବ କି ଜନସଂଖ୍ୟା ନିୟନ୍ତ୍ରଣ ବିଲ ? - ଅନିଲ ଅଗ୍ରୱାଲ ସାଂସଦ ବିଜେପି

ଧାରା 370 ଉଛେଦ, ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ପରେ ଏବେ କେନ୍ଦ୍ର ସରାକାର ଏହି 3 ଟି ଗୁରୁତ୍ବପୂର୍ଣ୍ଣ ଓ ବହୁ ଚର୍ଚ୍ଚିତ ବଲି ଆଣିବାକୁ ଯାଉଛନ୍ତି । କାହିଁକି ଏହି 3 ଟି ବିଲ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Modi govt
Modi govt

By

Published : Aug 9, 2020, 6:12 PM IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ପରେ ଏବେ କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ଏଜେଣ୍ଡା କଣ? କଣ ସରକାର ଏବେ ଏନଆରସି ଜନସଂଖ୍ୟା ନିୟନ୍ତ୍ରଣ ବିଲ ଉପରେ କାମ କରୁଛନ୍ତି କି ? କଣ ସଂସଦର ଆଗାମୀ ଅଧିବେଶନରେ ଏହି ସବୁ ବିଲ ଆସିବ କି ? କଣ ୟୁନିଫର୍ମ ସିଭିଲ କୋର୍ଡ ଉପରେ ସରକାରଙ୍କ ପ୍ରସ୍ତୁତି ଚାଲିଛି କି? ଏହି ସମସ୍ତ ପ୍ରଶ୍ନ ଏବେ ଦେଶର ରାଜନୈତିକ ଓ ସମ୍ବିଧାନ ବିଶେଷଜ୍ଞଙ୍କ ସମେତ ଜନତାଙ୍କ ମନରେ ମଧ୍ୟ ଉଠୁଛି ।

ରାମ ମନ୍ଦିର ପରେ ଏବେ କଣ ଜନସଂଖ୍ୟା ନିୟନ୍ତ୍ରଣ ବିଲ ଆସିବ କି

ଏହି ପ୍ରଶ୍ନ ମଧ୍ୟ ଏଥିପାଇଁ ଉଠୁଛି ଯେ ବିଜେପିର ରାଜ୍ୟସଭା ସାଂସଦ ଅନିଲ ଅଗ୍ରୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜନସଂଖ୍ୟା ନିୟନ୍ତ୍ରଣ ବିଲ ଆଣିବାକୁ ଦାବି କରିଛନ୍ତି । ଏଥିରୁ ଅନୁମାନ କରାଯାଇ ପାରେ ସରକାରଙ୍କ ଆଗାମୀ ଏଜେଣ୍ଡ କଣ? ସାଂସଦ ଅନିଲ ନିଜ ଚିଠିରେ ଆହୁରି କହିଛନ୍ତି ଯେ 15 ଅଗଷ୍ଟ ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ ବିଲ ଉପରେ ଅବଗତ କରାନ୍ତୁ । ଏହାସହ ରାଷ୍ଟ୍ରହିତ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ବିଲ ଆଗାମୀ ସଂସଦ ଅଧିବେଶନରେ ସଂସଦରେ ପାରିତ କରାନ୍ତୁ ।

ଅନିଲ ଆହୁରି ନିଜ ଚିଠିରେ ଲେଖିଛନ୍ତି ଆଦରଣୀୟ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀ ଓ କୋଟି କୋଟି ହିନ୍ଦୁଙ୍କ ତରଫରୁ ଧନ୍ୟବାଦ ପ୍ରଣାମ । 5 ଶହ ବର୍ଷ ସ୍ବପ୍ନ ସାକାର ହୋଇଛି । ନୂଆ ସୂର୍ଯ୍ୟ ଉଦୟ ହୋଇଛି । ହିନ୍ଦୁ ଧର୍ମ ଅନୁସାରେ ଦୁନିଆର ସମସ୍ତ କାର୍ଯ୍ୟ ଇଶ୍ବରଙ୍କ ନିର୍ଦ୍ଦେଶ ମୁତାବକ ହୋଇଥାଏ । ସେଥିପାଇଁ ଇଶ୍ବର ତାଙ୍କ କାମକୁ ସମ୍ପାଦନ କରିବା ପାଇଁ ଜଣଙ୍କୁ ବାଛିଥାନ୍ତି । ଇଶ୍ବର ଆପଣଙ୍କୁ ପ୍ରଧାନମନ୍ତ୍ରୀ ରୂପେ ବାଛି ତାଙ୍କ କାର୍ଯ୍ୟକୁ ପ୍ରାରମ୍ଭ କରିଛନ୍ତି । ଗତବର୍ଷ 15 ଅଗଷ୍ଟରେ ଆପଣ ଜନସଂଖ୍ୟା ବିଲକୁ ନେଇ ଆଶ୍ବାସନ ଦେଇଥିଲେ । ଏବେ ସେହି ସମୟ ଆସିଯାଇଛି । ଆପଣ ଦେଇଥିବା କଥାକୁ ପୂରଣ କରିବାର । ଏଥିପାଇଁ ଆପଣଙ୍କୁ ଅନୁରୋଧ ସଂସଦର ଆଗାମୀ ଅଧିବେଶନରେ ଏହି ପ୍ରସଙ୍ଗକୁ ନେଇ ଉପଯୁକ୍ତ ବିଲ ଅଣାଯାଉ ।

ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ ଅଗଷ୍ଟ 15 ରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଦେଶର ଦୃତ ଜନସଂଖ୍ୟା ବୃଦ୍ଧି ନେଇ ଚିନ୍ତା ଜାହିର କରିଥିଲେ । ଏଥିପାଇଁ ମୋଦି ସମ୍ବୋଧନ କରି କହିଥିଲେ ଭାରତ ଦୁନିଆର ପ୍ରଥମ ଦେଶ ପରିବାର ନିୟୋଜନ ଆପଣାଇଥିଲା । 1949 ରେ ପରିବାର ନିୟୋଜନ କାର୍ଯ୍ୟକ୍ରମ ଗଠନ ହୋଇଥିଲା । 1952 ରେ ଦେଶରେ ପ୍ରଥମ ପରିବାର ନିୟୋଜନ ହୋଇଥିଲା । 1977 ରେ ସରକାର ଆଇନରେ ସଂଶୋଧନ କରିଥିଲେ । ଯେଉଁଥିରେ ଲୋକଙ୍କ ଅଧିକାରକୁ ସାମିଲ କରାଯାଇଥିଲା । ଯଦି ଏହି ଧାରା ଜାରି ରୁହେ ଆଗାମୀ 10 ବର୍ଷ ମଧ୍ୟରେ ଚୀନକୁ ଜନସଂଖ୍ୟାରେ ଭାରତ ଟପିଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ତେଣୁ ଅନିଲ ଅଗ୍ରୱାଲଙ୍କ ଚିଠି ପ୍ରଧାନମନ୍ତ୍ରୀଙ୍କ ଗତବର୍ଷର ଚିନ୍ତା ଓ ବିଜେପିର ସଂକଳ୍ପ ପତ୍ର ଦେଖିଲେ ଏହା ସ୍ପଷ୍ଟ ଅନୁମେୟ ଯେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆଗାମୀ ଏଜେଣ୍ଡା ହେଉଛି ଜନସଂଖ୍ୟା ନିୟନ୍ତ୍ରଣ ବିଲ । ଏହାସହ ୟୁନିଫର୍ମ ସିଭିଲ କୋର୍ଡ ଏନଆରସି ଭଳି ପ୍ରସଙ୍ଗରେ ବିଲ ଆଣିବା ସୁ-ନିଶ୍ଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details