ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ଗଣମାଧ୍ୟମ ଭୂମିକା ଓ ଭ୍ରାତୃଭାବକୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଏହି ଅବସରରେ କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ଗଣମାଧ୍ୟମର ସ୍ବାଧୀନତା ଉପରେ ବିଶ୍ବାସ କରନ୍ତି ଓ ଗଣମାଧ୍ୟମର କଣ୍ଠରୋଧ କରାଯିବା ଭଳି କାର୍ଯ୍ୟକଳାପକୁ ମଧ୍ୟ ତାଙ୍କ ସରକାର ଦୃଢ ଭାବେ ନିନ୍ଦା କରେ ।
ପ୍ରେସ ଦିବସ ଅବସରରେ ଶୁଭେଚ୍ଛା ଜଣାଇ ଶାହ ଟୁଇଟ କରି କହିଛନ୍ତି ଯେ "ଆମର ଗଣମାଧ୍ୟମ ଭ୍ରାତୃଭାବ ଆମ ମହାନ ଦେଶର ମୂଳଦୁଆକୁ ସୁଦୃଢ କରିବାରେ ଏକ ବଳିଷ୍ଠ ଭୂମିକା ସହ ନିରନ୍ତର ଭାବେ କାମ କରିଆସୁଛି । ତେଣୁ ଗଣମାଧ୍ୟମର ସୁରକ୍ଷା ଓ ସ୍ବଧୀନତା ପାଇ ମୋଦି ସରକାର ପ୍ରତିଶୃତିବଦ୍ଧ ।