ଓଡିଶା

odisha

By

Published : Jun 12, 2019, 11:48 AM IST

ETV Bharat / bharat

ଶ୍ରମ ଆଇନରେ ସଂଶୋଧନ ଆଣିବେ ସରକାର

କେନ୍ଦ୍ର ସରକାର ସଂସଦର ପ୍ରଥମ ଅଧିବେଶନରେ ନୂଆ ଶ୍ରମ ଆଇନ ଆଣିବେ । 44 ପୁରୁଣା ଆଇନକୁ 4ଟି ଶ୍ରେଣୀରେ ରଖାଯିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ମୋଦି ସରକାର ସଂସଦରେ ହେବାକୁ ଥିବା ଅଧିବେଶନରେ ଶ୍ରମ ଆଇନ ସହ ଜଡିତ ଗୁରୁତ୍ବପୂର୍ଣ୍ଣ ବିଲ ଆଣିବାକୁ ଯାଉଛନ୍ତି । ଏଥିରେ ଶ୍ରମ ଆଇନରେ ସଂଶୋଧନ କରାଯିବ ।

ଶ୍ରମ କାନୁନକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ ଶ୍ରମମନ୍ତ୍ରୀ, ବାଣିଜ୍ୟ ମନ୍ତ୍ରୀ , ଅର୍ଥ ମନ୍ତ୍ରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଉପସ୍ଥିତ ଥିଲେ ।

ବର୍ତ୍ତମାନ 44 ପୁରୁଣା ଆଇନକୁ 4ଟି ଶ୍ରେଣୀରେ ରଖାଯିବା ସହ କିଛି ପୁରୁଣା ଆଇନକୁ ହଟାଇବା ପାଇଁ ସରକାର ଯୋଜନା କରିଛନ୍ତି । ନୂତନ ସରକାର ସଂସଦର ଏହି ଅଧିବେଶନରେ ଆଣିବାକୁ ବିଲଗୁଡିକ ମଧ୍ୟରୁ ଶ୍ରମ ଆଇନ ବିଲ ପ୍ରଥମ ବିଲ ହେବ ।

ABOUT THE AUTHOR

...view details