ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଯୋଡି ହୋଇଛି ଆଉ ଏକ ସମ୍ମାନଜନକ ମେଡାଲ । ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଜାୟେଦ ମେଡାଲ’ ମୋଦିଙ୍କୁ ମିଳିଛି ।ସଂଯୁକ୍ତ ଆରବ ଏମିରେଟ (ୟୁଏଇ) ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଦିଗରେ ମୋଦିଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ସମ୍ମାନ ମିଳିଛି ।
ମୋଦିଙ୍କୁ ମିଳିଲା ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ - ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଯୋଡି ହୋଇଛି ଆଉ ଏକ ସମ୍ମାନଜନକ ମେଡାଲ। ଗୁରୁବାର ତାଙ୍କୁ ମିଳିଛି ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଜାୟେଦ ମେଡାଲ’।
ପଟୋ ସୌଜନ୍ୟ: ସୋସିଆଲ ମିଡିଆ @ଟ୍ବିଟର
ଆବୁ ଧାବିର ଯୁବରାଜ ମହମ୍ମଦ ବିନ୍ ଜାୟେଦ ଅଲ ନାହ୍ୟାନ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଉଭୟ ଐତିହାସିକ ଓ ସାମରିକ ସମ୍ପର୍କ ରହିଛି । ବନ୍ଧୁ ନରେନ୍ଦ୍ର ମୋଦିଙ୍କ ନିଃସ୍ବାର୍ଥଉଦ୍ୟମ ପାଇଁସମ୍ପର୍କ ଅଧିକ ସୁଦୃଢ ହୋଇ ପାରିଛି । ତେଣୁ ତାଙ୍କ ଉଦ୍ୟମକୁ ପ୍ରଶଂସା ପୂର୍ବକ ୟୁଏଇ ରାଷ୍ଟ୍ରପତିଙ୍କ ଦ୍ବାରା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାୟେଦ ମେଡାଲ ପ୍ରଦାନ କରାଯାଉଛି।
ୟୁଏଇ ଦ୍ବାରା ଏହି ସମ୍ମାନକୁ ସ୍ବାଗତ କରି ପିଏମ୍ ମୋଦି ଏହାକୁ ଗ୍ରହଣ କରିବା ସହ ଟ୍ବିଟ ଯୋଗେ ଧନ୍ୟବାଦ ଜଣାଇଛନ୍ତି ।