ହୋଷ୍ଟନ: ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆମେରିକା ମାଟିରେ ପାଦ ଦେବା ପରେ ମୋଦିଙ୍କୁ କରାଯାଇଛି ଭବ୍ୟ ସ୍ବାଗତ । ବିମାନ ବନ୍ଦରରେ ପହଞ୍ଚି ମୋଦି ଏପରି କାର୍ଯ୍ୟ କରିଛନ୍ତି, ଯାହାକୁ ଦେଖି ସେଠାରେ ଉପସ୍ଥିତ ସମସ୍ଥ ଅଧିକାରୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ସ୍ବଚ୍ଛ ଭାରତକୁ ନେଇ ମୋଦି ସବୁବେଳେ ସଚେତନତାର ବାର୍ତ୍ତା ଦେଇ ଆସୁଥିବା ବେଳେ ବିଦେଶ ମାଟିରେ ମଧ୍ୟ ସେ ଏହାକୁ ପାଳନ କରୁଥିବାର ଦେଖିବାକୁ ମିଳିଛି ।
ବିଦେଶରେ ବି ସ୍ବଚ୍ଛତା ଓ ସରଳତାର ପ୍ରମାଣ ଦେଲେ ମୋଦି - ପ୍ରୋଟୋକଲ ଭାଙ୍ଗିଲେ ମୋଦି
ହୋଷ୍ଟନ ବିମାନ ବନ୍ଦରରେ ପ୍ରୋଟୋକଲ ଭାଙ୍ଗି ପ୍ରଧାନମନ୍ତ୍ରୀ ମୋଦି ତଳେ ପଡିଥିବା ଫୁଳତୋଡାର ପତ୍ର ଉଠାଇ ବିଶ୍ବକୁ ସ୍ବଚ୍ଛ ଭାରତ ଓ ସରଳତାର ସନ୍ଦେଶ ଦେଇଛନ୍ତି ।
ହୋଷ୍ଟନ ପହଞ୍ଚିବା ପରେ ବିମାନ ବନ୍ଦରରେ ଜଣେ ମହିଳା ଅଧିକାରୀ ମୋଦିଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ । ମୋଦି ଫୁଲତୋଡାକୁ ହାତରେ ନେବା ସମୟରେ ଏହାର ଏକ ଅଂଶ ତଳେ ପଡି ଯାଇଥିଲା । ଏହା ଜଣା ପଡିବା ପରେ ମୋଦି ପ୍ରୋଟୋକଲ ଭାଙ୍ଗି ତଳକୁ ନଇଁବା ସହ ନିଜ ହାତରେ ତଳେ ପଡିଯାଇଥିବା ଫୁଲର ପତ୍ରକୁ ଉଠାଇଥିଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ମୋଦି ତଳେ ପଡିଥିବା ଫୁଲତୋଡାର ପତ୍ରକୁ ହାତରେ ଉଠାଇ ବିଦେଶ ମାଟିରେ ବି ବିଶ୍ବକୁ ସ୍ବଚ୍ଛ ଭାରତ ଓ ସରଳତାର ସନ୍ଦେଶ ଦେଇଛନ୍ତି । ସ୍ବଚ୍ଛତାର ସଂକଳ୍ପକୁ ଭାରତର ପ୍ରଧାନମନ୍ତ୍ରୀ କେତେ ଗମ୍ଭୀରତାର ସହ ପାଳନ କରୁଛନ୍ତି ତାହା ଆଜି ଦେଖିବାକୁ ମିଳିଛି ।