ନୂଆଦିଲ୍ଲୀ: ଜନ ଔଷଧି ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଭାବୁକ ହେଲେ ପିଏମ । କାର୍ଯ୍ୟକ୍ରମରେ ଜଣେ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଭଗବାନଙ୍କ ସହ ତୁଳନା କରିଥିଲେ, ଯାହା ପରେ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇଯାଇଥିଲେ ।
ପିଏମ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି କାର୍ଯ୍ୟକ୍ରମରେ ପକ୍ଷାଘାତରେ ଶିକାର ମହିଳା ଦୀପା ଶାହା କହିଛନ୍ତି ଯେ ଜନ ଔଷଧି ଯୋଗୁଁ ତାଙ୍କ ଅବସ୍ଥା ସୁଧୁରୁଛି ଏବଂ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି । ଏହି ସମୟ ମଧ୍ୟରେ ମହିଳା ଜଣକ କହିଥିଲେ, 'ମୁଁ ଭଗବାନଙ୍କୁ ଦେଖି ନାହିଁ, କିନ୍ତୁ ମୁଁ ତୁମକୁ ମୋଦି ଜୀଙ୍କୁ ଦେଖିଛି ବୋଲି କହିବା ସହ ମହିଳା କାନ୍ଦିବାକୁ ଲାଗିଥିଲେ । ପରେ ମହିଳାଙ୍କ କାନ୍ଦ ଦେଖିବା ପରେ ଏହା ପରେ ପିଏମ ମୋଦି ମଧ୍ୟ ଭାବପ୍ରବଣ ହୋଇ ଯାଇଥିଲେ ।