କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତିକୁ ପୁଣି ସୁଦୃଢ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତିରେ ବିଫଳ ହୋଇଛନ୍ତି ବୋଲି ଟିଏମସି(All India Trinamool Congress) ଅଭିଯୋଗ କରିଛି ।
‘ଅର୍ଥନୀତି ସୁଦୃଢ ପାଇଁ ରୋଡମ୍ୟାପ ପ୍ରସ୍ତୁତିରେ ବିଫଳ ମୋଦି’ - ଅର୍ଥନୀତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତିକୁ ପୁଣି ସୁଦୃଢ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତିରେ ବିଫଳ ହୋଇଛନ୍ତି ବୋଲି ଟିଏମସି ଅଭିଯୋଗ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବରିଷ୍ଠ ଟିଏମସି ନେତା ତଥା ସାଂସଦ ସୁଗାତା ରୟ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଲକ୍ ଡାଉନର ସମ୍ପ୍ରସାରଣ ବିଷୟରେ କେବଳ ଘୋଷଣା କରିଛନ୍ତି। ସମସ୍ତେ ଜାଣିଥିଲେ ଯେ ଲକ୍ ଡାଉନର ସମ୍ପ୍ରସାରଣ କରାଯିବ। ମାତ୍ର ଅର୍ଥନୀତିକୁ କିପରି ପୁଣି ସୁଦୃଢ କରାଯିବ ଓ କୃଷି କ୍ଷେତ୍ରରେ କିପରି ଉନ୍ନତି କରାଯିବ ସେ ସମ୍ବନ୍ଧରେ ଆଲୋଚନା କରାଯିବା ନେଇ ଅପେକ୍ଷା କରିଥିଲି କିନ୍ତୁ ସେ ତାହା କରିବାରେ ମୋଦି ବିଫଳ ହୋଇଛନ୍ତି।’
ସେ ଏହ ମଧ୍ୟ କହିଛନ୍ତି, ‘ଆମେ ଭାବିଥିଲୁ ଗରିବ, ପ୍ରବାସୀ ଶ୍ରମିକ ଏବଂ ଫସଲ ଅମଳ ପାଇଁ ସେ କିଛି ଠୋସ୍ ପଦକ୍ଷେପ ଘୋଷଣା କରିବେ, କିନ୍ତୁ ସେପରି କିଛି ଘୋଷଣା କରାଯାଇ ନାହିଁ ’।