ଓଡିଶା

odisha

ETV Bharat / bharat

କୁମ୍ଭମେଳାର ସଫେଇ କର୍ମଚାରୀଙ୍କୁ ମୋଦି ଦେଲେ 21 ଲକ୍ଷ - pm of India

"ସ୍ବଚ୍ଛ କୁମ୍ଭ ସ୍ବଚ୍ଛ ଆଭାର" କାର୍ଯ୍ୟକ୍ରମ ଅଧୀନରେ ମେଳାକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ପାଇଁ 18,000 ସଫେଇ କର୍ମଚାରୀ ନିୟୋଜିତ ହୋଇଥିଲେ । ଏମାନଙ୍କୁ ମୋଦି ସମ୍ମାନ କରିବା ସହ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି ।

ଫାଇଲ ଫଟୋ

By

Published : Mar 6, 2019, 12:34 PM IST

ପ୍ରୟାଗରାଜ: ତାଙ୍କ ପାଇଁ ଧନୀ-ଗରିବ ଓ ଉଚ୍ଚ-ନୀଚ୍ଚ ମଧ୍ୟରେ ଫରକ ନାହିଁ । ପୁଣିଥରେ ସେ ନିଜ ମହାନତାର ପ୍ରମାଣ ଦେଇଛନ୍ତି । ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାହାଣୀ । କୁମ୍ଭମେଳାର ସଫେଇ କର୍ମଚାରୀଙ୍କୁ ସେ ନିଜ ବ୍ୟକ୍ତିଗତ ଜମାଖାତାରୁ 21 ଲକ୍ଷ ଟଙ୍କା ଦାନ କରିଛନ୍ତି ।

ରିପୋର୍ଟ ଅନୁସାରେ ନିଜ ବ୍ୟକ୍ତିଗତ ସେଭିଙ୍ଗସ ଆକାଉଣ୍ଟରୁ ମୋଦି କୁମ୍ଭ ସଫେଇ କର୍ମଚାରୀ କର୍ପସ ଫଣ୍ଡକୁ 21 ଲକ୍ଷ ଟଙ୍କା ଦେଇଛନ୍ତି । ଏହା ପ୍ରଥମ ଥର ନୁହେଁ ଯେ ମୋଦି ସଫେଇ କର୍ମଚାରୀଙ୍କ ପାଇଁ କିଛି କରିଛନ୍ତି । ପୂର୍ବରୁ ସେ ଏହି କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କ ପାଦ ଧୋଇ ଚର୍ଚ୍ଚାର ପରିସରକୁ ଆସିଥିଲେ ।

"ସ୍ବଚ୍ଛ କୁମ୍ଭ ସ୍ବଚ୍ଛ ଆଭାର" କାର୍ଯ୍ୟକ୍ରମ ଅଧୀନରେ ମୋଦି ଏହି କାର୍ଯ୍ୟ କରିଥିଲେ । କୁମ୍ଭମେଳାରେ କାମ କରୁଥିବା ହଜାର ହଜାର ସଫେଇ କର୍ମଚାରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ମେଳାକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ପାଇଁ 18,000 ସଫେଇ କର୍ମଚାରୀ ନିୟୋଜିତ ହୋଇଥିଲେ । ଏମାନଙ୍କୁ ମୋଦି ସମ୍ମାନ କରିବା ସହ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ ।

ଏହି ଅବସରରେ ନିକଟରେ ସେ 5 ଜଣ ସଫେଇ କର୍ମଚାରୀଙ୍କ ପାଦ ଧୋଇଥିଲେ । ନିଜ ହାତରେ ସେମାନଙ୍କ ପାଦ ଧୋଇ ସେ ପୋଛିଥିଲେ । ଏହାପରେ ସେମାନଙ୍କ ସହ କଥା ହୋଇ କାମର ପ୍ରଶଂସା କରିଥିଲେ ।

ABOUT THE AUTHOR

...view details