ଓଡିଶା

odisha

ETV Bharat / bharat

ଧନତରାସରେ ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା 'ମୋଦି ଟଙ୍କା' - ମୋଦି ଟଙ୍କା

ମୋଦି ବାଣ ପରେ ଧନତେରାସ ଅବସରରେ ଭୋପାଳରେ ଧୂମ ମଚାଇଲା 'ମୋଦି ଟଙ୍କା'। ବହୁଳ ମାତ୍ରାରେ କିଣି ନେଲେ ଗ୍ରାହକ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 26, 2019, 8:43 AM IST

ଭୋପାଳ: ବିଶ୍ବାସ ରହିଛି ଧନତେରାସ ଅବସରରେ ସୂନା ରୂପା ଆଦି କ୍ରୟ କଲେ ଘରକୁ ଲକ୍ଷ୍ମୀ ବିଜେ କରିଥାନ୍ତି। ଗତ ଶୁକ୍ରବାର ଏଥିପାଇଁ ସମସ୍ତ ଗହଣା ଦୋକାନରେ ବେଶ ଭିଡ ଦେଖିବାକୁ ମିଳିଥିଲା । ଏହି ଅବସରରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ବଜାରରେ 'ମୋଦି ଟଙ୍କା'କୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଧନତେରାସ ଉପଲକ୍ଷେ ସୁନା ଓ ରୂପା ଗହଣା, ରୂପା ଓ ସୁନା ଟଙ୍କା, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଗାଡି ଆଦି କିଣିବା ଶୁଭ ବୋଲି ବିଶ୍ବାସ ରହିଛି।

ପୂର୍ବରୁ ଅନେକ ଥର ଦୀପାବଳି ଅବସରରେ ବାଣ ଯଥା ମୋଦି ବମ, ମୋଦି ଫୁଲଝଡି ଆଦିରେ ଫଟୋ ଥିବାବେଳେ ଚଳିତବର୍ଷ ଧନତେରାସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା କମ ଓଜନର ରୂପା ଟଙ୍କା ବିକ୍ରି ହୋଇଥିବା ଦେଖିବାକୁ ମିଳିଛି । ସମସ୍ତଙ୍କ ପାଖରେ ଏହାକୁ କିଣିବା ପାଇଁ ସାମର୍ଥ ନଥାଏ । ଯାହାକୁ ନେଇ ଯେଉଁଥିପାଇଁ ଏହା 'ମୋଦି ଟଙ୍କା' ନାଁରେ ବଜାରରେ ଉପଲବ୍ଧ ହୋଇଛି। ସମସ୍ତ ଗହଣା ଦୋକାନରେ ଏହି ଟଙ୍କା 20 ଗ୍ରାମ, 10 ଗ୍ରାମ ଓ 5 ଗ୍ରାମ ଆକାରରେ ମିଳୁଛି । ଏହି ଟଙ୍କା ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ ଏହା ବହୁଳ ମାତ୍ରାରେ ବିକ୍ରି ହୋଇଛି ।

For All Latest Updates

ABOUT THE AUTHOR

...view details