ଲକ୍ଷ୍ନୌ: ଭବ୍ୟ କାଶୀ ନଗରୀ ପହଞ୍ଚି ଦୀପ ପ୍ରଜ୍ବଳନ ସହ ଦେବଦୀପାବଳି ମହାପର୍ବର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସସରେ ଏଠାରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଦେବଦୀପାବଳିର ଦୀପ ଜାଳି କାଶୀର ମହିମା ବର୍ଣ୍ଣନା କଲେ ମୋଦି ମୋଦି ନିଜ ସମ୍ବୋଧନ ଆରମ୍ଭରେ କାଶୀର ଜନସାଧାରଣଙ୍କ ସମେତ ସମସ୍ତ ଦେଶବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଓ ଗୁରୁ ନାନକଙ୍କ ପ୍ରକାଶ ପର୍ବର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କୋରୋନା କାଳରେ ସବୁକିଛି ବଦଳିଯାଇଛି, ହେଲେ ବଦଳିନି କାଶୀର ଉତ୍ସାହ । କାଶୀ ପୂର୍ବପରି ଜୀବନ୍ତ ରହିଛି । ଏହା ତ ମୋର ଅଭିଳାଶୀ କାଶୀ । ମୋତେ ବି ଏଠାରେ ବୁଡ ପକାଇବାର ସୁଯୋଗ ମିଳିଛି ବୋଲି କହିଛନ୍ତି ମୋଦି ।
ମା' ଅର୍ଣ୍ଣପୁର୍ଣ୍ଣାଙ୍କ ମୂର୍ତ୍ତି ଫେରିବାକୁ ନେଇ ମୋଦି କହିଛନ୍ତି, ଆମ ଦେବୀ ଦେବତାଙ୍କ ଏହି ପ୍ରାଚୀନ ମୂର୍ତ୍ତି ଆମ ଆସ୍ଥାର ପ୍ରତୀକ । ଏତେ ପ୍ରୟାସ ଯଦି ପୂର୍ବରୁ କରାଯାଇଥାନ୍ତା, ତାହେଲେ ଦେଶକୁ ଅନେକ ମୂର୍ତ୍ତି ମିଳିସାରନ୍ତାଣି । ହେଲେ କିଛି ଜଣଙ୍କ ବିଚାର ଭିନ୍ନ ବୋଲି କହିଛନ୍ତି ମୋଦି । ସେ କହିଛନ୍ତି, ଆମ ପାଇଁ ପୂର୍ବପୀଢିରମାନେ ହେଉଛି ଦେଶର ଐତିହ୍ୟ । ହେଲେ କିଛି ଲୋକଙ୍କ ପାଇଁ ଏହାର ମାନେ ପରିବାରର ନାଁ ।
ପିଏମ ମୋଦି କହିଛନ୍ତି, ଏପରି ଲାଗୁଛି ଯେ ଆଜି ପୂର୍ଣ୍ଣିମାରେ ଦେବଦୀପାବଳି ପାଳନ କରୁଥିବା କାଶୀ ମହାଦେବଙ୍କ ମସ୍ତକ ଉପରେ ଚନ୍ଦ୍ରମା ରୂପେ ଚମକୁଛି । ଏହା ହିଁ ହେଉଛି କାଶୀର ମହିମା । କାଶୀ ସମସ୍ତଙ୍କୁ ସମଗ୍ର ବିଶ୍ବକୁ ପ୍ରକାଶିତ କରିଥାଏ । ପଥ ପ୍ରଦର୍ଶନ କରେ । ପ୍ରତ୍ୟେଗ ଯୁଗରେ କାଶୀର ଏହି ପ୍ରକାଶରେ କୌଣସି ନା କୌଣସି ମହାପୁରୁଷଙ୍କ ତପସ୍ୟା ଯୋଡିହୋଇଯାଏ ଏବଂ କାଶୀ ବିଶ୍ବକୁ ରାସ୍ତା ଦେଖାଏ । ଆଜି ଏହି ଦୀପଗୁଡ଼ିକ ସେହି ଆରାଧ୍ୟଙ୍କ ପାଇଁ ମଧ୍ୟ ଜାଳୁଛି, ଯେଉଁମାନେ ଜନ୍ମଭୂମି ପାଇଁ ପାଇଁ ବଳିଦାନ ଦେଇଛନ୍ତି । ଦେବଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଶହୀଦମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ