ୱାସିଂଟନ: ଆମେରିକା ମାଟିରେ ପାକିସ୍ତାନକୁ ପ୍ରତ୍ୟକ୍ଷ ଭାବରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ସେ ପାକିସ୍ତାନକୁ ଆତଙ୍କବାଦର ଗଡ ବୋଲି କହିଛନ୍ତି । ଆମେରିକାର 9/11 ଆକ୍ରମଣ ହେଉ ଅବା ମୁମ୍ବାଇର 26/11 ଆକ୍ରମଣ । ଏହି ସମସ୍ତ ଆକ୍ରମଣର ଷଡଯନ୍ତ୍ରକାରୀଙ୍କ ଘର ପାକିସ୍ତାନ ବୋଲି ପରୋକ୍ଷ ଭାବରେ କହିଛନ୍ତି ମୋଦି ।
ହୋଷ୍ଟନରେ ଆୟୋଜିତ ହାଉଡି ମୋଦି କାର୍ଯ୍ୟକ୍ରମରେ ପାକିସ୍ତାନର ନା ନନେଇ ମୋଦି କହିଛନ୍ତି, କିଛି ଲୋକ ବିଶ୍ବରେ କେବଳ ଅଶାନ୍ତି ଚାହାଁନ୍ତି । ସେମାନେ ଆତଙ୍କବାଦକୁ ନିଜର ଶରଣରେ ରଖିଛନ୍ତି । ସେମାନଙ୍କ ପରିଚୟ ସମସ୍ତେ ଜାଣନ୍ତି ବୋଲି ସେ କହିଛନ୍ତି । ଏହା ସହିତ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକ୍କୁ ପରୋକ୍ଷ ଭାବରେ ସମାଲୋଚନା କରି କହିଛନ୍ତି, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦର ଭାରତ ସରକାରଙ୍କ ନିଷ୍ପତ୍ତିକୁ କେତେକ ଲୋକ ବିରୋଧ କରୁଛନ୍ତି । ଏମାନେ ନିଜ ଦେଶକୁ ସମ୍ଭାଳି ପାରୁ ନାହାନ୍ତି କିନ୍ତୁ ଭାରତର ଅଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଉଛନ୍ତି ।