ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଦ୍ଦେଶ୍ୟରେ ବିବାଦୀୟ ବୟାନ ଦେଇଛନ୍ତି ରାଜ୍ୟର ପୂର୍ବତନ କଂଗ୍ରେସ ବିଧାୟକ ବିଜୟାନନ୍ଦ କାସପ୍ପନ୍ନା ଭରା ।
'ଭାରତୀୟ ନୁହଁନ୍ତି ଦେଶର ମୁଖିଆ, ରକ୍ତ ନମୁନାର ହେଉ ପରୀକ୍ଷା' - କର୍ଣ୍ଣାଟକ କଂଗ୍ରେସ ନେତା ବିବାଦୀୟ
'ଭାରତୀୟ ନୁହଁନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତୀ ଅମିତ ଶାହ, ଉଭୟଙ୍କ ରକ୍ତ ନମୁନାର ହେଉ ପରୀକ୍ଷା' । ଏଭଳି ବିବାଦୀୟ ବୟାନ ଦେଇଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ବିଜୟାନନ୍ଦ କାସପ୍ପନ୍ନା ଭରା । ଅଧିକ ପଢନ୍ତୁ...

ସିଏଏ ଓ ଏନଆରସି ଆଣିଥିବା ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଭାରତୀୟ ନୁହଁନ୍ତି । ଉଭୟଙ୍କ ରକ୍ତ ନମୁନାର ପରୀକ୍ଷା କରାଯିବା ଉଚିତ ବୋଲି କହିଛନ୍ତି ଏହି ପୂର୍ବତନ ବିଧାୟକ । ଏଥିସହିତ ଉଭୟ ଅଷ୍ଟ୍ରେଲିଆରୁ ଆସିଥିବା କହି ଆପତ୍ତିଜନକ ଟିପ୍ପଣୀ କରିଛନ୍ତି ସେ।
ସିଏଏ ଓ ଏନଆରସିକୁ ବିରୋଧ କରି ଏକ ବିଶାଳ ଶୋଭାଯାତ୍ରା କର୍ଣ୍ଣାଟକର ବାଗଲକୋଟ ସହରରେ ଆୟୋଜିତ ହୋଇଥିଲା । ଏଥିରେ ଶୋଭାଯାତ୍ରା ରାଜ୍ୟର ବିଭିନ୍ନ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ହୋଇଥିଲା । ଶୋଭାଯାତ୍ରା ବାଶଭେଶ୍ବର ସର୍କଲରୁ ବାହାରି ଅଞ୍ଜୁମାନ ଗ୍ରାଉଣ୍ଡରେ ପହଞ୍ଚିଥିଲା । ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବିପତ୍ର ମଧ୍ୟ ବିକ୍ଷୋଭକାରୀ ପ୍ରଦାନ କରିଥିଲେ । ଏହାପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏହି ସଭାରେ ଭାଷଣ ଦେବାବେଳେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ବିଜୟାନନ୍ଦ କାସପ୍ପନ୍ନା ଭରା।