ଓଡିଶା

odisha

ETV Bharat / bharat

‘ଧର୍ମ ଚକ୍ର ଦିବସ’ରେ ମୋଦିଙ୍କ ସମ୍ବୋଧନ: ଶାନ୍ତି ଓ ଅହିଂସା ଶିଖାଇଛି ବୌଦ୍ଧ ଧର୍ମ - ଶାନ୍ତି ଓ ଅହିଂସା ଶିଖାଇଛି ବୌଦ୍ଧ ଧର୍ମ

ସଂସ୍କୃତି ମନ୍ତ୍ରଣାଳୟର ତତ୍ତ୍ବାବଧାନରେ ଅନ୍ତରାଷ୍ଟ୍ରିୟ ବୌଦ୍ଧ ପରିସଂଘ ଆଜି ଧର୍ମ ଚକ୍ର ଦିବସ ପାଳନ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ମେସେଜ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।

 ମୋଦିଙ୍କ ସମ୍ବୋଧନ
ମୋଦିଙ୍କ ସମ୍ବୋଧନ

By

Published : Jul 4, 2020, 12:42 PM IST

ନୂଆଦିଲ୍ଲୀ: ସଂସ୍କୃତି ମନ୍ତ୍ରଣାଳୟର ତତ୍ତ୍ବାବଧାନରେ ଅନ୍ତରାଷ୍ଟ୍ରୀୟ ବୌଦ୍ଧ ପରିସଂଘ ଆଜି ଧର୍ମ ଚକ୍ର ଦିବସ ପାଳନ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ମେସେଜ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ ବୌଦ୍ଧ ଧର୍ମ ଲୋକଙ୍କୁ ସମ୍ମାନ ଦେବା ଶିଖାଏ। ଲୋକଙ୍କ ପ୍ରତି ସମ୍ମାନ, ଗରିବଙ୍କ ପ୍ରତି ସମ୍ମାନ, ମହିଳାମାନଙ୍କ ପ୍ରତି ସମ୍ମାନ, ଶାନ୍ତି ଓ ଅହିଂସା ପ୍ରତି ଶିଖାଇଥାଏ । ତେଣୁ ବୁଦ୍ଧଙ୍କ ଦ୍ବାରା ଦିଆଯାଇଥିବା ଶିକ୍ଷା ଆଜି ମଧ୍ୟ ପ୍ରାସଙ୍ଗିକ ଅଟେ।

ସେ କହିଛନ୍ତି ଯେ, ଗୌତମ ବୁଦ୍ଧ ସାରନାଥରେ ତାଙ୍କର ପ୍ରଥମ ଉପଦେଶ ଦେବା ପରେ ଆଉ 2ଟି ବିଷୟ ଯଥା ଆଶା ଓ ଉଦ୍ଦେଶ୍ୟ ବିଷୟରେ କହିଥିଲେ। ସେ ଏହି 2ଟି ବିଷୟ ମଧ୍ୟରେ ଏକ ଦୃଢ ସଂଯୋଗ ଦେଖିଥିଲେ କାରଣ ଆଶା ହିଁ ଉଦ୍ଦେଶ୍ୟ ସୃଷ୍ଟି କରେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦ୍ରୁତ ଗତିଶୀଳ ଯୁବପିଢୀ ବୈଷୟିକ ସମସ୍ୟାର ସମାଧାନ ଆଣିପାରୁଛନ୍ତି। ଭାରତରେ ସର୍ବ ବୃହତ ଷ୍ଟାର୍ଟ ଅପ୍ ଇକୋ-ସିଷ୍ଟମ୍ ରହିଛି । ବୁଦ୍ଧଙ୍କ ରାସ୍ତାର ଚାଲିବା ପାଇଁ ଯୁବ ବନ୍ଧୁମାନଙ୍କୁ ମଧ୍ୟ ନିବେଦନ କରିବି । ସେମାନେ ନିଜେ ସେମାନଙ୍କ ସହିତ ଉଦ୍ଦେଶ୍ୟମୂଳକ ହେବା ଉଚିତ ଓ ଅନ୍ୟମାନଙ୍କୁ ଆଗକୁ ଯିବା ବାଟ ଦେଖାଇବା ଉଚିତ୍ ।

ଆଜି ବିଶ୍ବ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛି । ଏହି ସମସ୍ତ ସମସ୍ୟାର ସମାଧାନ ବୁଦ୍ଧଙ୍କ ପାଖରେ ରହିଛି । ସେ କହିଛନ୍ତି ଯେ ଆମେ ଗୌତମ ବୁଦ୍ଧଙ୍କର ସମସ୍ତ ଦିଗ ପ୍ରତି ଧ୍ୟାନ ଦେବାକୁ ଚାହୁଁଛୁ। କିଛି ଦିନ ପୂର୍ବରୁ କୁଶୀନଗରରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣକୁ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି। ଏହିକାରଣରୁ ଅନେକ ଲୋକ ଓ ତୀର୍ଥଯାତ୍ରୀ ଏହି ସ୍ଥାନ ଗୁଡିକରେ ପହଞ୍ଚି ପାରିବେ । ଗୌତମ ବୁଦ୍ଧଙ୍କ ଧାରଣା ଭବିଷ୍ୟତକୁ ଆଲୋକିତ କରିଥିଲା । ତାଙ୍କର ଆଶୀର୍ବାଦ ଆମକୁ ଭଲ କାମ କରିବାକୁ ପ୍ରେରଣା ଦିଏ ।

ଏହାପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସକାଳ ପ୍ରାୟ 9 ଟା ସମୟରେ ରାଷ୍ଟ୍ରପତି ଭବନରେ ଧର୍ମ ଚକ୍ର ଦିବସରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହା ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଧର୍ମ ଚକ୍ର ଦିବସ ପାଳନ କରିଥିଲେ। ସୂଚନାନୁଯାୟୀ, ଏହି ଦିନ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏହାସହ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ବରିଷ୍ଠ ନେତା, ବିଶିଷ୍ଟ ବିଶେଷଜ୍ଞ ତଥା ପଣ୍ଡିତମାନଙ୍କ ବାର୍ତ୍ତା ସାରନାଥ ଓ ବୋଧ ଗୟା ଠାରୁ ପ୍ରସାରିତ ହେବ ।

ଆଷାଢ ପୂର୍ଣ୍ଣିମା ଅବସରରେ ଏହି ଦିବସ ପାଳନ କରାଯିବ । ଆଜି ହିଁ ଶାନ୍ତି ପ୍ରିୟ ମହାତ୍ମା ବୁଦ୍ଧ ନିଜର 5 ଶିଷ୍ୟଙ୍କୁ ପ୍ରଥମ ଉପଦେଶ ଦେଇଥିଲେ । ଏହି ଦିନ ସମଗ୍ର ବିଶ୍ବର ବୌଦ୍ଧଧର୍ମାବଲମ୍ବୀ ପ୍ରତିବର୍ଷ ଧର୍ମ ଚକ୍ର ଦିବସ ପାଳନ କରନ୍ତି । ଅନ୍ୟପକ୍ଷେ ହିନ୍ଦୁ ମାନଙ୍କ ପାଇଁ ଆଜିର ଦିନରେ ଗୁରୁଙ୍କ ପ୍ରତି ସମ୍ମାନ ଦିବସ । ଏହାକୁ ‘ଗୁରୁ ପୂର୍ଣ୍ଣିମା’ ଭାବେ ମଧ୍ୟ ପାଳନ କରାଯାଏ ।

ABOUT THE AUTHOR

...view details