ସିମଳା: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲଲେ ଭୂମିକମ୍ପର ତୀବ୍ରତା 3.2 ଥିଲା । ଚମ୍ବା ଜିଲ୍ଲାରେ ଭୂମି ଠାରୁ ପାଞ୍ଚ କିଲୋମିଟର ତଳେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି।
ଭୂକମ୍ପ ଝଟକାରେ ଥରିଲା ହିମାଚଳ
ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଅଧିକ ପଢନ୍ତୁ...
ଫାଇଲ ଫଟୋ
ଭୂକମ୍ପ ଝଟକା ସଂଧ୍ୟା 7.38 ମିନିଟରେ ଅନୁଭୂତ ହୋଇଥିଲା । ଫଳରେ ଲୋକେ ଚିତ୍କାର କରି ଘରୁ ବାହରକୁ ଦୌଡି ପଳାଇ ଆସୁଥିଲେ ।
ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଚମ୍ବା ଅଞ୍ଚଳରେ ପୂର୍ବରୁ ଅନେକ ଥର ଭୂକମ୍ପ ଝଟକା ଅନୁଭୂତ ହେଉଥିବ ସିମଲା ପାଣିପାଗ ବିଭାଗ ନିର୍ଦ୍ଦେଶକ ଡା. ମନମୋହନ ସିଂହ ସୂଚନା ଦେଇଛନ୍ତି।