ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା: ୟୁପିରେ ପୋଲିସର ମକଡ୍ରିଲ

ସିଏଏକୁ ନେଇ ଦିଲ୍ଲୀ ଅଶାନ୍ତ । ଲଗାତାର ହିଂସାରେ ପ୍ରାୟ 42ଜଣଙ୍କ ମୃତ୍ୟୁ ହୋଇସାରିଛି । ଏହାକୁ ନେଇ ନଜରରେ ରଖି ୟୁପିରେ ପୋଲିସ ପ୍ରସ୍ତୁତ ରହିଛି। ଅଧିକ ପଢନ୍ତୁ...

mock drill by sahajahanpur police in UP
ୟୁପିରେ ପୋଲିସର ମୋକ୍ ଡ୍ରିଲ୍

By

Published : Feb 29, 2020, 9:47 AM IST

ଲକ୍ଷ୍ନୌ: ସିଏଏକୁ ନେଇ ଦିଲ୍ଲୀ ଅଶାନ୍ତ । ଲଗାତାର ହିଂସାରେ ପ୍ରାୟ 42ଜଣଙ୍କ ମୃତ୍ୟୁ ହୋଇସାରିଛି । ଏହାକୁ ନେଇ ପ୍ରସ୍ତୁତ ହେଉଛି ଉତ୍ତରପ୍ରଦେଶ । ହିଂସାକୁ ଦୃଷ୍ଟିରେ ରଖି ୟୁପିର ଶାହଜାହାଁପୁରରେ ପୋଲିସ ମକ୍ ଡ୍ରିଲ କରୁଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶରେ କୌଣସି ପ୍ରକାର ହିଂସା ସ୍ଥିତି ନଘଟୁୁ ଏହାକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀ ପ୍ରସ୍ତୁତ ହୋଇ ରହିଛନ୍ତି ।

ୟୁପିରେ ପୋଲିସର ମକ୍ ଡ୍ରିଲ୍

ଏଥିରେ ଫାୟାରିଂ, ଲୁହବୁହା ଗ୍ୟାସର ପ୍ରୟୋଗ ଆଦିର ରିହରସଲ୍ କରିଛନ୍ତି । ଆଇନ ବ୍ୟବସ୍ଥା ଉପରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଅଧିକ୍ଷକ ଟ୍ରେନିଂ ଦେଇଥିଲେ । ଦଙ୍ଗା ନିୟନ୍ତ୍ରଣ ଉପକରଣର ବ୍ୟବହାର ସହ ଭିଡ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗର ଟ୍ରେନିଂ ମଧ୍ୟ ଦିଆଯାଇଥିଲା ।

ଅଗ୍ନିକାଣ୍ଡ ଓ ଫାୟାରିଂରେ ଆହତ ହୋଇଥିବା ଲୋକଙ୍କୁ କିପରି ସହାୟତା କରାଯିବ, ଏହାକୁ ନେଇ ମଧ୍ୟ ଟ୍ରେନିଂ ଦିଆଯାଇଛି । ଏହାସହ ଦମକଳବାହିନୀ ଓ ଆମ୍ବୁଲାନ୍ସ ମଧ୍ୟ ଏଥିରେ ସାମିଲ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details