ଡେରାଡୁନ: ବହିଟିଏ ଦୁଃଖ ଓ ସୁଖ ସମୟର ଏକ ଭଲ ସାଥୀ ହୋଇଥାଏ । ବହି ପଢିବା ଦ୍ବାରା ଜ୍ଞାନ ବଢିବା ସହ ଅନେକ ଜିଣିଷ ଶିଖିବାକୁ ମଧ୍ୟ ମିଳିଥାଏ । ଗୋଟିଏ ଭଲ ବହି ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ବିକାଶ କରିବା ସହ ତାର ସୁନ୍ଦର ଭବିଷ୍ୟତ ଗଢିବାରେ ମଧ୍ୟ ସହାୟକ ହୋଇଥାଏ । ତେଣୁ ବହି ହିଁ ମଣିଷର ଅନ୍ତରଙ୍ଗ ବନ୍ଧୁ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି ।
କିନ୍ତୁ କିଛି ଦଶକ ପୂର୍ବରୁ ପିଲାମାନଙ୍କ ମଧ୍ୟରେ ବହି ପଢିବାର ରୁଚି କମୁଥିବାର ଦେଖିବାକୁ ମିଳିଛି । ଏପରିକି ବହି ବଦଳରେ ସେମାନଙ୍କ ହାତରେ ମୋବାଇଲ ଫୋନ, ଟିଭି ରିମୋର୍ଟ କିମ୍ବା ଅନ୍ୟ ଇଲେକ୍ଟ୍ରୋନିକ ଜିନିଷ ଦେଖିବାକୁ ମିଳୁଛି । ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ।