ବେଙ୍ଗାଲୁରୁ: ସାରା ଦେଶ କୋରୋନା ସହ ଲଢେଇ କରୁଥିବା ବେଳେ କର୍ଣ୍ଣାଟକ ସରକାର ଜାରି ରହିଥିବା ଏହି ଲଢେଇକୁ ସୃଦୃଢ କରିବା ପାଇଁ ଅଭିନବ ପଦକ୍ଷେପ ନେଇଛନ୍ତି । ସୋମବାର ରାଜ୍ୟରେ କୋଭିଡ ମୋବାଇଲ ଫିଭର କ୍ଲିନିକର ଉଦଘାଟନ କରାଯାଇଛି । ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ବି ଏସ ୟେଦିୟୁରପ୍ପା ଏନେଇ ସୂଚନା ଦେଇଛନ୍ତି ।
କୋରୋନା ଲଢେଇ: ବେଙ୍ଗାଲୁରୁରେ ମୋବାଇଲ ଫିଭର କ୍ଲିନିକ ଉଦଘାଟିତ - KARNATAKA LATEST NEWS
ସୋମବାର କର୍ଣ୍ଣାଟକରେ କୋଭିଡ ମୋବାଇଲ ଫିଭର କ୍ଲିନିକର ଉଦଘାଟନ କରାଯାଇଛି । ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ବି ଏସ ୟେଦିୟୁରପ୍ପା ଏନେଇ ସୂଚନା ଦେଇଛନ୍ତି ।
କୋରୋନା ଲଢେଇ: ବେଙ୍ଗାଲୁରୁରେ ମୋବାଇଲ ଫିଭର କ୍ଲିନିକ ଉଦଘାଟିତ
ପୁନଃନିର୍ମାଣ ହୋଇଥିବା କେଏସଆରଟିସି ବସରେ ସ୍ଥାପିତ ଏହି ମେକସିପ୍ଟ କ୍ଲିନିକକୁ ମୁଖ୍ୟମନ୍ତ୍ରୀ କ୍ରୀଷ୍ଣା ସ୍ଥିତ ଗୃହ କାର୍ଯ୍ୟାଳୟରେ ଉଦଘାଟନ କରିଛନ୍ତି । ଏହି ଅବସରରେ ବେଙ୍ଗାଲୁରୁ ଦକ୍ଷିଣ ସଂସଦର ସଦସ୍ୟ ତେଜସ୍ୱୀ ସୂର୍ଯ୍ୟ କହିଛନ୍ତି, ତାଙ୍କ କାର୍ଯ୍ୟାଳୟ ଅନ୍ୟ ସଂସ୍ଥା ସହିତ ମିଶି ମୋବାଇଲ ଫିଭର କ୍ଲିନିକର ବିକାଶ କରିଛି । ଆମେ ଏହିପରି 5ଟି କ୍ଲିନିକରେ କୋଭିଡ, ସିବିସି, ସିଆରପି, ଏବଂ ଇଏସଆର ପରୀକ୍ଷା ପାଇଁ ସ୍ବାବ ସଂଗ୍ରହ ସୁବିଧା ଉପଲବ୍ଧ କରିଛୁ ।
@IANS