ଓଡିଶା

odisha

ETV Bharat / bharat

କ୍ବାରେନଟାଇନ ବ୍ୟକ୍ତିଙ୍କୁ ଟ୍ରାକ୍ କରିବ ମୋବାଇଲ ଆପ୍, ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ - କ୍ବାରେନଟାଇନ ବ୍ୟକ୍ତିଙ୍କୁ ଟ୍ରାକ୍ କରି ମୋବାଇଲ ଆପ୍

ହୋମ କ୍ବାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ଏବେ ଟ୍ରାକ୍ କରାଯାଇପାରିବ । କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଦ୍ବାରା ଏକ ମୋବାଇଲ ଆପ୍ ଲଞ୍ଚ୍ କରାଯାଇଛି । CVD Tracker ନାମକ ଏହି ଆପ୍ କ୍ବାରେଣ୍ଟାଇନରେ ଥିବା ଲୋକଙ୍କୁ ଟ୍ରାକ୍ କରିବ ।

Mobile app to track home quarantined people
କ୍ବାରେନଟାଇନ ବ୍ୟକ୍ତିଙ୍କୁ ଟ୍ରାକ୍ କରି ମୋବାଇଲ ଆପ୍,

By

Published : Apr 12, 2020, 2:31 PM IST

ଚଣ୍ଡିଗଡ: ହୋମ କ୍ବାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ଟ୍ରାକ୍ କରିବା ଏବେ ସହଜ ହେବ । ମୋବାଇଲ ଆପ୍‌ ମାଧ୍ୟମରେ କରାଯିବ ଟ୍ରାକ । କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଦ୍ବାରା ଏକ ମୋବାଇଲ ଆପ୍ ଲଞ୍ଚ୍ କରାଯାଇଛି । CVD Tracker ନାମକ ଏହି ଆପ୍ କ୍ବାରେଣ୍ଟାଇନରେ ଥିବା ଲୋକଙ୍କୁ ଟ୍ରାକ୍ କରିବ । କ୍ବାରେଣ୍ଟାଇନରେ ଥିବା ଲୋକେ ମୋବାଇଲ୍ ଫୋନରେ ଏହି ଆପ୍ ଡାଉନଲୋଡ୍ କରିବାକୁ ବାଧ୍ୟ ବୋଲି ଅଧିକାରୀ କହିଛନ୍ତି ।

କ୍ବାରେଣ୍ଟାଇନରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତି ଘଣ୍ଟାରେ ସେଲଫି ଅପଲୋଡ୍ କରିବାକୁ ପଡିବ । ଏହାପରେ ସିଷ୍ଟମ୍ ସେମାନଙ୍କର କ୍ବାରେଣ୍ଟାଇନ ସ୍ଥାନ ଓ ଯେଉଁ ସ୍ଥାନରେ ସେଲଫି ନେଉଛନ୍ତି, ଉଭୟ ମେଳ ଖାଇବା ନିହାତି ଜରୁରୀ ଅଧିକାରୀ କହିଛନ୍ତି। ଯଦି କୌଣସି ଆପ୍ ଉପଭୋକ୍ତା ଜିଓ ଫେନ୍ସକୁ ଉଲ୍ଲଂଘନ କରନ୍ତି, ତେବେ କଣ୍ଟ୍ରୋଲ୍ ରୁମ ପ୍ରଶାସନ ଏକ ସତର୍କ ସୂଚନା ପାଇବ ଏବଂ ଉପଭୋକ୍ତାଙ୍କୁ ଚେତାବନୀ ବାର୍ତ୍ତା ମିଳିବ ଓ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଫୋନ ବନ୍ଦ ହେଲେ ମଧ୍ୟ ବ୍ୟବହାରକାରୀଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ହେଲେ ପ୍ରଶାସନ କହିଛି। ଏହି କଣ୍ଟ୍ରୋଲ ରୁମ୍ 24x7 କାମ କରିବ । ଭବିଷ୍ୟତରେ କ୍ବାରେଣ୍ଟାଇନ ଲୋକଙ୍କ ସଂଖ୍ୟା ବଢିପାରେ ଏବଂ ଏହି ଆପ୍ ସ୍ବାସ୍ଥ୍ୟ ଏବଂ ପୋଲିସ ବିଭାଗକୁ ସେମାନଙ୍କ ଜିପିଏସ୍ ଅବସ୍ଥାନ ମାଧ୍ୟମରେ ଲୋକଙ୍କୁ ଟ୍ରାକ୍ କରିବା ସହଜ ହେବ । ଯେକୌଣସି ଅଘଟଣ କିମ୍ବା ଅନଧିକୃତ ଆନ୍ଦୋଳନ ତୁରନ୍ତ ସମ୍ପୃକ୍ତ SDM କୁ ସଚେତନ କରାଇବ ।

For All Latest Updates

ABOUT THE AUTHOR

...view details