ଓଡିଶା

odisha

ETV Bharat / bharat

'ଦଙ୍ଗାର କୌଣସି ଧର୍ମ ନାହିଁ, ଆମ ହିନ୍ଦୁ ଭାଇ ଆମକୁ ବଞ୍ଚାଇଛନ୍ତି' - Mob has no religion

ଭାଇଚାରରାର ଉତ୍କୃଷ୍ଠ ଉଦାହରଣ । ଦଙ୍ଗାକାରୀ ଫିଙ୍ଗୁଥିବା ପଥର ଦେଖିନି କେଉଁ ଧର୍ମ କାହାର । ଦିଲ୍ଲୀ ଦଙ୍ଗା ସମୟରେ ମୁସଲମାନ ପରିବାରକୁ ବଞ୍ଚାଇଥିଲେ ପଡୋଷୀ ହିନ୍ଦୁ ଭାଇ । ଅଧିକ ପଢନ୍ତୁ...

'ଦଙ୍ଗାର କୌଣସି ଧର୍ମ ନାହିଁ, ଆମ ହିନ୍ଦୁ ଭାଇ ଆମକୁ ବଞ୍ଚାଇଛନ୍ତି'
'ଦଙ୍ଗାର କୌଣସି ଧର୍ମ ନାହିଁ, ଆମ ହିନ୍ଦୁ ଭାଇ ଆମକୁ ବଞ୍ଚାଇଛନ୍ତି'

By

Published : Feb 29, 2020, 3:25 AM IST

ହାଇଦ୍ରବାଦ: ସେମାନେ ସ୍ପଷ୍ଟ ଭାବେ ଶୁଣିପାରୁଥିଲେ ଗୁଳି ଚାଲୁଥିବାର ଶବ୍ଧ, ବାରିପାରୁଥିଲେ ଯାନବାହନ ସହ ସମ୍ପତ୍ତି ପୋଡି ହେଉଥିବାର ଗନ୍ଧକୁ ଆଉ ଅନୁଭବ କରିବାରୁଥିଲେ ଇଟାପଥର ଫିଙ୍ଗାଯାଉଥିବାର ସେହି ଭୟାନକ ମୁହୂର୍ତ୍ତକୁ । ଘରଠୁ ମାତ୍ର କେଇ ପାଦ ଦୂରରେ ଏହି ସବୁ ଘଟଣା ଘଟୁଥିବା ବେଳେ ନିଜର ହିନ୍ଦୁ ପଡୋଶୀଙ୍କ ଯୋଗୁଁ ଦଙ୍ଗାସମୟରେ କେବେ ହେଲେ ଅସୁରକ୍ଷିତ ମନେକରିନଥିଲେ ଦିଲ୍ଲୀର କିଛି ମୁସଲମାନ ପରିବାର ।

25 ଫେବୃଆରୀର ସେହି ରାତି ଦେଶର ରାଜଧାନୀ ଦିଲ୍ଲୀ ପାଇଁ କୌଣସି କାଳ ରାତ୍ରିଠୁ ବି କମ୍‌ ନଥିଲା । ହିଂସାର ନିଆଁର ଜଳୁଥିଲା ଦେଶର ହୃଦୟ କୁହାଯାଉଥିବା ରାଜଧାନୀ ଦିଲ୍ଲୀ । ସବୁକିଛି ନିଜ ଆଖିସାମ୍ନାରେ ଘଟି ଚାଲିଥିଲା । ଏହି ହିଂସାରେ ନେମ ସିଂହ ନାମକ ଜଣେ ଅଟୋଚାଳକ ଧର୍ମଠୁ ଉର୍ଦ୍ଧ୍ବରେ ଉଠି ନିଜ ପଡୋଶୀ ତରନ୍ନୁମଙ୍କ ପରିବାରର 15 ଜଣ ସଦସ୍ୟଙ୍କୁ ବଞ୍ଚାଇଥିଲେ । ଏ ନେଇ ଧନ୍ୟବାଦ ଦେଲେ ବି କମ୍‌ ହେବ ବୋଲି କହିଛନ୍ତି ଚାନ୍ଦବାଗ ନିବାସୀ ତରନ୍ନୁମ ।

ଚାନ୍ଦବାଗର ଲେନ୍‌ ନମ୍ବର 7ରେ ରହୁଥିବା ତରନ୍ନୁମ କହିଛନ୍ତି ଯେ, ଘର ଭିତରେ ଥାଇ ମୁଁ ଗୁଳି ସହ ଇଟାପଥର ଫିଙ୍ଗାଯାଉଥିବାର ଶବ୍ଦ ଶୁଣିବାକୁ ପାଉଥିଲି । ଏହି ସମୟରେ ଆମ ପଡୋଶୀ ଆମକୁ ବଞ୍ଚାଇବାକୁ ଆସିଲେ ଓ ପରିବାରର କୌଣସି କ୍ଷତି ହେବାକୁ ଦେବେ ନାହିଁ ବୋଲି ଆଶ୍ବସନ ଦେଇଥିଲେ ।

25 ଫେବୃଆରୀ ରାତିର ସେହି ଭୟାବହତାକୁ ବର୍ଣ୍ଣନା କରି ତରନ୍ନୁମ କହିଛନ୍ତି ଯେ, ଆମେ ଭାବିସାରିଥିଲୁ ଆମର ଶେଷ ସମୟ ଆସିଯାଇଛି । ମୋ ପିଲାଛୁଆ ଭୟରେ ଥରୁଥିଲେ । ଦଙ୍ଗାରେ ଲିପ୍ତ ଲୋକ କେବଳ ଆତଙ୍କବାଦୀ ଥିଲେ । ହିନ୍ଦୁ ଭାଇମାନେ ଆମକୁ ବଞ୍ଚାଇଲେ ଓ ନିଜ ଘରେ ଆଶ୍ରୟ ଦେଲେ । ମୁଁ କେମିତି କହିପାରିବି କି ସେମାନେ ହିନ୍ଦୁ କି ମୁସଲମାନ ଥିଲେ? ଯେତେବେଳେ ଦଙ୍ଗା ହେଉଥିଲା ସେତେବେଳେ ଏହି ହିନ୍ଦୁ ଭାଇମାନେ ଆମକୁ ସୁରକ୍ଷା ଦେଇଥିଲେ । ଆମକୁ ପରସ୍ପର ମଧ୍ୟରେ ଲଢେଇ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଦଙ୍ଗାକାରୀଙ୍କ କୌଣସି ଧର୍ମ ନଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ତରନ୍ନୁମ ।

@ANI

ABOUT THE AUTHOR

...view details