ଓଡିଶା

odisha

ETV Bharat / bharat

ମନରେଗାରେ 20 ହଜାର ଏକରରେ ଲାଗିବ ଚାରା, 40 ହଜାର ଶ୍ରମିକଙ୍କୁ ମିଳିବ ରୋଜଗାର - ମନରେଗା ଶ୍ରମିକଙ୍କୁ ମିଳିବ ରୋଜଗାର

ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇବା କ୍ଷେତ୍ରରେ ଝାଡଖଣ୍ଡ ସରକାରଙ୍କ ଉଲ୍ଲେଖନୀୟ ପଦକ୍ଷେପ । ରାଜ୍ୟରେ ମନରେଗା ଯୋଜନା ମାଧ୍ୟମରେ 20 ହଜାର ଏକରରେ ଚାରା ରୋପଣ ପାଇଁ ଯୋଜନା କରାଯାଇଛି । ଅନୁମାନ କରାଯାଉଛି ଯେ ରାଜ୍ୟର 40 ହଜାରରୁ ଅଧିକ ଶ୍ରମିକ ଏହି କାର୍ଯ୍ୟରେ କାମ ପାଇବେ ।

ଶ୍ରମିକଙ୍କୁ ମିଳିବ ରୋଜଗାର
ଶ୍ରମିକଙ୍କୁ ମିଳିବ ରୋଜଗାର

By

Published : May 21, 2020, 9:27 PM IST

ରାଞ୍ଚି: କୋରୋନା ଲକଡାଉନ କାରଣରୁ ନିଜ ନିଜ ରାଜ୍ୟକୁ ଫେରିବାରେ ଲାଗିଛନ୍ତି ପ୍ରବାସୀ ଶ୍ରମିକ । ଏପରିସ୍ଥଳେ ରାଜ୍ୟ ସରକାରଙ୍କୁ ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଓ ରୋଜଗାର ଦେବା ଏକ ବଡ ଆହ୍ବାନ । ଏହି କ୍ରମରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇବା କ୍ଷେତ୍ରରେ ଝାଡଖଣ୍ଡ ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ମନରେଗା ଯୋଜନା ମାଧ୍ୟମରେ 20 ହଜାର ଏକରରେ ଚାରା ରୋପଣ ପାଇଁ ଯୋଜନା କରାଯାଇଛି । ଅନୁମାନ କରାଯାଉଛି ଯେ ରାଜ୍ୟର 40 ହଜାରରୁ ଅଧିକ ଶ୍ରମିକ ଏଥିରେ କାମ ପାଇବେ ।

ରାଜ୍ୟ ମନରେଗା କମିଶନର ସିଦ୍ଧାର୍ଥ ତ୍ରିପାଠୀ ଗୁରୁବାର କହିଛନ୍ତି ଯେ, ମନରେଗାରେ ମେସିନରେ କାମ ନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମେସିନ ତୁରନ୍ତ ଜବତ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେ କହିଛନ୍ତି, ମନରେଗାରେ 20 ହଜାର ଏକରରେ ଚାରା ରୋପଣ ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ପରିବେଶ ପାଇଁ ଲାଭଦାୟକ ଥିବାବେଳେ ଶ୍ରମିକମାନେ ମଧ୍ୟ ରୋଜଗାର ପାଇବେ । ମେ 30 ସୁଦ୍ଧା ଗାତ ଏବଂ ଘେରା କାର୍ଯ୍ୟ ଶେଷ ହେବ ।

ଝାଡଖଣ୍ଡରେ ପ୍ରାୟ 49 ଲକ୍ଷ ଗ୍ରାମୀଣ ଘରୋଇ ଜବ୍ କାର୍ଡଧାରୀ ଅଛନ୍ତି । ପ୍ରାୟ 22 ଲକ୍ଷ ପରିବାରର ସକ୍ରିୟ ଜବ୍ କାର୍ଡଧାରୀ ରହିଛନ୍ତି । ସେଠାରେ ପ୍ରାୟ 29 ଲକ୍ଷ ସକ୍ରିୟ ଶ୍ରମିକ ଅଛନ୍ତି । ଝାଡଖଣ୍ଡରେ ହାରାହାରି 14 ଲକ୍ଷ ପରିବାରର 18 ରୁ 19 ଲକ୍ଷ ଲୋକ ପ୍ରତିବର୍ଷ ମନରେଗା ଅଧୀନରେ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ ଯେ ଚଳିତ ମାସର ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତିନୋଟି ଯୋଜନା ନୀଲାମ୍ବର-ପିତାମ୍ବର ଜଲ ସମୃଦ୍ଧି ଯୋଜନା, ବିର୍ସା ହରିତ୍ ଗ୍ରାମ ଯୋଜନା ଏବଂ ଭୀର ସହିଦ ପୋଟୋ ହୋ ଖେଲ ଯୋଜନା ଆରମ୍ଭ କରିଛନ୍ତି ।

@IANS

ABOUT THE AUTHOR

...view details