ବେଙ୍ଗାଲୁରୁ: ଅଯୋଗ୍ୟ ଘୋଷିତ ହୋଇଥିବା କର୍ଣ୍ଣାଟକର ତିନି କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ ବୋଲି ଘୋଷଣା କରିଛନ୍ତି । ଏହି ବିଧାୟକମାନେ ହେଉଛନ୍ତି, ରମେଶ ଝାରକିହୋଲ୍ଲି , ମହେଶ କୁମାଥଲ୍ଲୀ ଓ ଆର ଶଙ୍କର ।
ବାଚସ୍ପତିଙ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ ତିନି ଅଯୋଗ୍ୟ କଂଗ୍ରେସ ବିଧାୟକ - congress mla
କର୍ଣ୍ଣାଟକର ତିନି କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ ବୋଲି ଘୋଷଣା କରିଛନ୍ତି ।
ଫାଇଲ ଫଟୋ
ଗତ କିଛିଦିନ ତଳେ ବାଚସ୍ପତି କେଆର ରମେଶ କୁମାର 5ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଏହାଦ୍ବାରା କଂଗ୍ରେସ ବିଧାୟକ ଦଳରେ ବିଧାୟକଙ୍କ ସଂଖ୍ୟା ହ୍ରାସ ପାଇବା ସହ ବିଜେପିକୁ ଫାଇଦା ମିଳିଛି । ତେବେ ଆଜି ବିଧାନସଭାରେ ଆସ୍ଥା ଭୋଟରେ ୟେଦୁରପ୍ପା ବିଜୟୀ ହୋଇଛନ୍ତି ।