ଓଡିଶା

odisha

ETV Bharat / bharat

ବିହାର ଉପମୁଖ୍ୟମନ୍ତ୍ରୀ ହେବେ ତାରକିଶୋର ପ୍ରସାଦ ! - bihar BJP legislative leader

ବିଜେପି ବିଧାୟକ ଦଳର ନେତା ଭାବେ ମନୋନୀତ ହେଲେ ବିଧାୟକ ତାରକିଶୋର ପ୍ରସାଦ। ଏହାପରେ ତାରକିଶୋର ପ୍ରସାଦଙ୍କୁ ବିହାର ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଆଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଅଧିକ ପଢ଼ନ୍ତୁ...

ବିହାର ଉପମୁଖ୍ୟମନ୍ତ୍ରୀ ହେବେ ତାରକିଶୋର ପ୍ରସାଦ !
ବିହାର ଉପମୁଖ୍ୟମନ୍ତ୍ରୀ ହେବେ ତାରକିଶୋର ପ୍ରସାଦ !

By

Published : Nov 15, 2020, 5:30 PM IST

ପାଟନା:ବିହାରରେ ବିଜେପି ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ବିଧାୟକ ତାରକିଶୋର ପ୍ରସାଦ। ଏହାପରେ ତାରକିଶୋର ପ୍ରସାଦଙ୍କୁ ବିହାର ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଆଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ପୂର୍ବରୁ ବିଜେପି ନେତା ସୁଶୀଲ ମୋଦି ବିହାର ଉପମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିଥିଲେ। ତେବେ ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ ତାରକିଶୋରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା।

ବିହାର କଟିହାର ବିଧାନସଭା ଆସନରୁ ଚତୁର୍ଥ ଥର ପାଇଁ ବଜୟ ଲାଭ କରିଛନ୍ତି ତାରକିଶୋର ପ୍ରସାଦ। 2020 ବିହାର ବିଧାନସଭା ନିର୍ବାଚନରେ ଆରଜେଡିର ରାମ ପ୍ରକାଶଙ୍କୁ 10 ହଜାର ଭୋଟ ବ୍ୟବଧାନରେ ସେ ପରାସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପଦ ପାଇଁ ନୀତିଶ କୁମାରଙ୍କ ନାମରେ ମୋହର ଲାଗିବା ପରେ ବିଜେପି ବିଧାୟକ ଦଳ ନେତା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଏହାପରେ ଏହି ପଦବୀ ପାଇଁ ତାରକିଶୋରଙ୍କୁ ମନୋନୀତ କରାଯାଇଛି। ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳ ନେତା ଭାବେ ତାଙ୍କୁ ବଛା ଯାଇଛି।

ଏହାକୁ ନେଇ ବିଜେପି ନେତା ସୁଶୀଲ ମୋଦି ତାରକିଶୋରଙ୍କୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ସୁଶୀଲ ମୋଦି ଟ୍ବିଟ କରିଛନ୍ତି ଯେ, "ସର୍ବସମ୍ମତିକ୍ରମେ ତାରକିଶୋର ବିଜେପି ବିଧାନ ମଣ୍ଡଳ ନେତା ଭାବେ ମନୋନୀତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।"

ଏହାପୂର୍ବରୁ ସୁଶୀଲ କୁମାର ମୋଦି ତିନି ଥର ବିହାରର ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିଥିଲେ। ପ୍ରଥମ ଥର ପାଇଁ 2000 ମସିହାରେ ଏନଡିଏ ପକ୍ଷରୁ ସେ ଏହି ଦାୟିତ୍ବ ନେଇଥିଲେ।

ସୋମବାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିୟୁ ନେତା ନୀତିଶ କୁମାର। ଅପରାହ୍ଣ 4.30ମିନିଟରେ ଏହି ଶପଥ ସମାରୋହ ହେବାର କାର୍ଯ୍ୟକ୍ରମ ରହିଛି। ନୀତିଶଙ୍କ ମନ୍ତ୍ରୀମଣ୍ଡଳ ଛୋଟ ହେବାନେଇ ଆଲୋଚନା ହେଉଛି। ତେବେ ଶପଥ ସମାରୋହରେ ହିଁ ଏହି ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍ପେନ୍ସ ଉପରୁ ପରଦା ଉଠିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details