ବେଙ୍ଗାଲୁର: ସୂତା ଖିଅରେ ଅଟକିଥିବା କୁମାରସ୍ବାମୀଙ୍କ ନେତୃତ୍ୱାଧିନ ସରକାରକୁ ପୁଣି ଏକ ବଡ଼ ଝଟକା । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ସ୍ବାଧିନ ବିଧାୟକ ନାଗେଶ୍ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
କର୍ଣ୍ଣାଟକ ହାଇଭୋଲଟେଜ ଡ୍ରାମା: ମନ୍ତ୍ରୀପଦ ଛାଡ଼ିଲେ ସ୍ବାଧିନ ବିଧାୟକ - ସ୍ବାଧିନ ବିଧାୟକ
ପୁଣି କୁମାରସ୍ବାମୀଙ୍କ ନେତୃତ୍ୱାଧିନ ସରକାରକୁ ଝଟକା । ମନ୍ତ୍ରୀ ପଦ ପାଇଥିବା ସ୍ବାଧିନ ବିଧାୟକ ନାଗେଶ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଫାଇଲ ଫଟୋ
ଗୋଟେପଟେ ଉଭୟ କଂଗ୍ରେସ ଓ ଜେଡ଼ିଏସର 12 ବିଧାୟକ ଦଳରୁ ଇସ୍ତଫା ଦେଇଥିବାବେଳେ, ସେମାନଙ୍କୁ ମନାଇବାକୁ ଲାଗି ପଡ଼ିଛନ୍ତି କୁମାରସ୍ବାମୀ । କିନ୍ତୁ ଅନ୍ଯପଟେ ସରକାର ଉପରେ ଅସନ୍ତୁଷ୍ଟ ହୋଇ ମନ୍ତ୍ରୀ ପଦ ଛାଡିଛନ୍ତି ନାଗେଶ୍ବର।