ଓଡିଶା

odisha

ETV Bharat / bharat

ଭାରତ ମାନଚିତ୍ରରୁ କାଶ୍ମୀରକୁ ବାଦ ଦେଇ ବିଧାୟିକା ହଟହଟା - ତ୍ରୁଟି ସମ୍ପର୍ଣ୍ଣ ଭାରତ ମାନଚିତ୍ର

74ତମ ସ୍ବାଧୀନତା ଦିବସରେ ଶୁଭେଚ୍ଛା ଜଣାଇ ଫେସବୁକରେ କାଶ୍ମୀର ବିହୀନ ଭାରତ ମାନଚିତ୍ର ପୋଷ୍ଟ କରି ହଟହଟା ହୋଇଛନ୍ତି କେରଳର ଜଣେ ବିଧାୟିକା । ସେ ହେଉଛନ୍ତି ଅରୁର ବିଧାୟିକା ଶାନିମୋଲ ଓସମାନ । ଅଧିକ ପଢନ୍ତୁ...

Independence day wish, india map without kashmir, faulty india map, mla lands on trouble for faulty india map, ସ୍ବାଧୀନତା ଦିବସ ଶୁଭେଚ୍ଛା, କାଶ୍ମୀର ବିହୀନ ଭାରତ ମାନଚିତ୍ର, ତ୍ରୁଟି ସମ୍ପର୍ଣ୍ଣ ଭାରତ ମାନଚିତ୍ର, ଭାରତ ମାନଚିତ୍ର ଦେଇ ବିଧାୟିକା ହଟହଟା
ଭାରତ ମାନଚିତ୍ରରୁ କାଶ୍ମୀରକୁ ବାଦ ଦେଇ ବିଧାୟିକା ହଟହଟା

By

Published : Aug 17, 2020, 9:39 AM IST

ଥିରୁଅନନ୍ତପୁରମ: ଦେଶ ସ୍ବାଧୀନତା ଅବସରରେ ଗତ ଅଗଷ୍ଟ 15ରେ ସୋସିଆଲ ମିଡିଆରେ ଉଛୁଳିଥିଲା ଶୁଭେଚ୍ଛା ବାର୍ତ୍ତା । ଚଳିତବର୍ଷ କୋରୋନା ମହାମାରୀ ସତ୍ତ୍ବେ ସ୍ବାଧୀନତା ଦିବସର ଉଲ୍ଲାସ କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ହେଲେ 74ତମ ସ୍ବାଧୀନତା ଦିବସରେ ଶୁଭେଚ୍ଛା ଜଣାଇ ଫେସବୁକରେ କାଶ୍ମୀର ବିହୀନ ଭାରତ ମାନଚିତ୍ର ପୋଷ୍ଟ କରି ହଟହଟା ହୋଇଛନ୍ତି କେରଳର ଜଣେ ବିଧାୟିକା । ସେ ହେଉଛନ୍ତି ଅରୁର ବିଧାୟିକା ଶାନିମୋଲ ଓସମାନ ।

ବିଧାୟିକାଙ୍କ ଏହି ତ୍ରୁଟିପୂର୍ଣ୍ଣ ମାନଚିତ୍ର ପୋଷ୍ଟ କରି ସ୍ବାଧୀନତା ଦିବସ ଶୁଭେଚ୍ଛା ଜଣାଇବାକୁ ନେଇ ଅରୁର ନିର୍ବାଚନ ମଣ୍ଡଳୀର ସିପିଆଇ(ଏମ) ଦଳ ଏକ ମାମଲା ରୁଜୁ କରିଛି । ଏନେଇ ଜିଲ୍ଲା ପୋଲିସ ମୁଖ୍ୟ ପି ଏସ ସାବୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ବିଧାୟିକା ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଆରମ୍ଭ ହୋଇଛି । ସେପଟେ ଅଭିଯୋଗକାରୀ ସିପିଆଇ(ଏମ) ଦଳ କହିଛି କି ବିଧାୟିକା ଏହି ପୋଷ୍ଟ ଦ୍ବାରା ସାମ୍ବିଧାନିକ ଶପଥର ଅବମାନନା କରିଛନ୍ତି ।

ଏନେଇ ଅବଗତ ହେବା ପରେ ବିଧାୟିକାଙ୍କ ଫେସବୁକ ପେଜ ପରିଚାଳକ ଏହି ପୋଷ୍ଟକୁ ନେଇ କ୍ଷମା ପ୍ରାର୍ଥନା କରିଥିବା ଦେଖାଯାଇଛି । ଏହି ପୋଷ୍ଟଟି ଭୁଲ ବଶତଃ କରାଯାଇଥିବା କହି ସେ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ପୋଷ୍ଟ ହୋଇଥିବା ଭାରତ ମାନଚିତ୍ର ଫଟୋଟି ୱିକିପିଡିଆରୁ ଡାଉନଲୋଡ କରାଯାଇଥିବା ବେଳେ ଏହାର ତଥ୍ୟ କପି କରିବା ସମୟରେ ଭୁଲ ବଶତଃ କିଛି ଅଂଶ ଛାଡି ଯାଇଥିଲା । ଫଳରେ ମାନଚିତ୍ରରେ କିଛି ଅଂଶ ତ୍ରୁଟିବଶତଃ ରହିଯାଇଥିଲା ।

ତେବେ ଏସମ୍ପର୍କରେ ଖବର ପାଇବା ପରେ ଫଟୋଟିକୁ ତୁରନ୍ତ ଫେସବୁକ ପେଜରୁ ହଟାଯାଇଥିବା ବିଧାୟିକାଙ୍କ ସୋସିଆଲ ମିଡିଆ ପରିଚାଳକ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details