ଓଡିଶା

odisha

ପୁଣି ସରଗରମ ରାଜସ୍ଥାନ ରାଜନୀତି, ଗେହଲଟଙ୍କୁ ଭେଟିଲେ ଭଓଁରଲାଲ ଶର୍ମା

By

Published : Aug 10, 2020, 9:35 PM IST

ଲଗାତାର ବିଦ୍ରୋହୀ ଭାବରେ ସ୍ବର ଉତ୍ତୋଳନ କରିଥିବା ପାଇଲଟ କ୍ୟାମ୍ପର ବିଧାୟକ ଭଓଁର ଲାଲ ଶର୍ମା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଭେଟିଛନ୍ତି।

ପୁଣି ସରଗରମ ରାଜସ୍ଥାନ ରାଜନୀତି, ଗେହଲଟଙ୍କୁ ଭେଟିଲେ  ଭଓଁରଲାଲ ଶର୍ମା
ପୁଣି ସରଗରମ ରାଜସ୍ଥାନ ରାଜନୀତି, ଗେହଲଟଙ୍କୁ ଭେଟିଲେ ଭଓଁରଲାଲ ଶର୍ମା

ଜୟପୁର: ରାଜସ୍ଥାନର ରାଜନୈତିକ ଡ୍ରାମା ଶେଷ ହେବାର ନାଁ ନେଉନାହିଁ । ଅଗଷ୍ଟ14ରୁ ଆରମ୍ଭ ହେବାକୁ ଥିବା ରାଜସ୍ଥାନ ବିଧାନସଭା ଅଧିବେଶନ ପୂର୍ବରୁ ସଚିନ ପାଇଲଟ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ତେବେ ଏହାପରେ ସଚିନ ପାଇଲଟଙ୍କ ସମର୍ଥକମାନେ ସୋମବାର ରାତିରେ ଜୟପୁରକୁ ଫେରିବେ ବୋଲି କୁହାଯାଉଛି ।

ସେପଟେ ଲଗାତାର ବିଦ୍ରୋହୀ ଭାବରେ ସ୍ବର ଉତ୍ତୋଳନ କରିଥିବା ପାଇଲଟ କ୍ୟାମ୍ପର ବିଧାୟକ ଉଓଁର ଲାଲ ଶର୍ମା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଜ ସ୍ବର ବଦଳାଇଛନ୍ତି ଭଓଁରଲାଲ ଶର୍ମା । ଗେହଲଟ ସରକାର ସୁରକ୍ଷିତ ଅଛନ୍ତି, ସରକାରଙ୍କ ପାଇଁ କୌଣସି ବିପଦ ନଥିବା ସେ ଆଶ୍ବାସନା ଦେଇଛନ୍ତି ।

ଆଲୋଚନା ପରେ ଭଓଁର ଲାଲ ଶର୍ମା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ଆଜି ମୁଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟିଛି। ଦଳ ଏକ ପରିବାର ଏବଂ ଅଶୋକ ଗେହଲଟ ଏହାର ମୁଖ୍ୟ । ପରିବାରର କେହି ଜଣେ ସଦସ୍ୟ ରାଗିଗଲେ ଖାଦ୍ୟ ଖାଆନ୍ତି ନାହିଁ । ଆମେ ମାସେ ପାଇଁ ଅସନ୍ତୋଷ ବ୍ୟକ୍ତ କରିଥିଲୁ । କିନ୍ତୁ ବର୍ତ୍ତମାନ ଆମ ଅସନ୍ତୋଷ ଦୂର ହୋଇଯାଇଛି । ଦଳ ବର୍ତ୍ତମାନ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆମର କୌଣସି ଭିନ୍ନ ଶିବିର ନଥିଲା । ମୁଁ ଇଚ୍ଛା ଅନୁସାରେ ଯାଇଥିଲି ଏବଂ ଇଚ୍ଛା ଅନୁସାରେ ଫେରିଛି । ତେବେ ଭାଇରାଲ ଟେପ ସମ୍ପର୍କରେ ଭଓଁର ଲାଲ ଶର୍ମା କହିଛନ୍ତି, ମୁଁ ଅଡିଓ ବିଷୟରେ କିଛି ଜାଣି ନାହିଁ। ମୁଁ ଜଣେ ଗଜେନ୍ଦ୍ର ସିଂଙ୍କୁ ଜାଣେ । କିନ୍ତୁ ମୁଁ କୌଣସି ଶେଖୱତଙ୍କୁ ଜାଣି ନାହିଁ । ମୁଁ କୌଣସି ସଞ୍ଜୟ ଜୈନଙ୍କୁ ମଧ୍ୟ ଜାଣି ନାହିଁ । ମୋ ବିରୋଧରେ ଲାଗିଥିବା ଅଭିଯୋଗ ମିଛ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜସ୍ଥାନରେ ଘୋଡା ବେପାର ମାମଲାକୁ ନେଇ ସୋସିଆଲ ମିଡିଆରେ ଅଡିଓ ଭାଇରାଲ ହୋଇଥିଲା । ଏହି ଅଡିଓରେ ଭଓଁରଲାଲ ଶର୍ମାଙ୍କ ନାମ ସାମ୍ନାକୁ ଆସିଛି । ବିଧାୟକ ଶର୍ମା ବିଜେପି ନେତାଙ୍କ ସହ ଘୋଡାବେପାରରେ ସାମିଲ ଥିବା କଂଗ୍ରେସ ଦାବି କରିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details