ଓଡିଶା

odisha

ETV Bharat / bharat

ଛୁଟିରେ ଡାକ୍ତର, ଗର୍ଭବତୀଙ୍କ ଡେଲିଭରୀ କଲେ ବିଧାୟକ - ମିଜୋରାମର ବିଧାୟକ ଜେଆର ଥିଆମସାଙ୍ଗ

ଡାକ୍ତରଖାନାରେ ନଥିଲେ ଡାକ୍ତର । ଅସ୍ତ୍ରୋପଚାର କରି ଡେଲିଭରୀ କଲେ ବିଧାୟକ ଜେଡଆର ଥିଆମସାଙ୍ଗ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମିଜୋରାମରେ । ସେ ମିଜୋ ନ୍ୟାସନାଲ ଫ୍ରଣ୍ଟରେ ଟିକେଟ୍ ପାଇ ୨୦୧୮ରେ ନିର୍ବାଚନ ଲଢିଥିଲେ ଏବଂ କଂଗ୍ରେସର ବିଧାୟକ ଟିଟି ଜୋଥାନସାଙ୍ଗକୁ ପରାସ୍ତ କରିଥିଲେ। ଅଧିକ ପଢନ୍ତୁ...

 ଛୁଟିରେ ଥିଲେ ଡାକ୍ତର, ଗର୍ଭବତୀଙ୍କ ଅସ୍ତ୍ରୋପଚାର କରି ଡେଲିଭରି କେଲ ବିଧାୟକ
ଛୁଟିରେ ଥିଲେ ଡାକ୍ତର, ଗର୍ଭବତୀଙ୍କ ଅସ୍ତ୍ରୋପଚାର କରି ଡେଲିଭରି କେଲ ବିଧାୟକ

By

Published : Aug 12, 2020, 1:03 PM IST

ଆଇଜୋଲ: ଡାକ୍ତରଖାନାରେ ନଥିଲେ ଡାକ୍ତର । ଅସ୍ତ୍ରୋପଚାର କରି ଡେଲିଭରୀ କଲେ ବିଧାୟକ । ଏଭଳି ଏକ ଆଶ୍ଚର୍ଯ୍ଯଜନକ ଘଟଣା ଘଟିଛି ମିଜୋରାମରେ । ମିଜୋରାମର ବିଧାୟକ ଜେଡଆର ଥିୟାମସଙ୍ଗା ବୃତ୍ତିରେ ଜଣେ ଡାକ୍ତର । ସୋମବାର ଦିନ ମିଆଁମାର ସୀମା ନିକଟରେ ଥିବା ତାଙ୍କ ନିର୍ବାଚନମଣ୍ଡଳୀ ଚମ୍ପାଇ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ସହ COVID-19 ପରିସ୍ଥିତିର ଆକଳନ କରିବାକୁ ଯାଇଥିଲେ । ହେଲେ ସେହି ସମୟରେ ସେ ଜଣେ ଜରୁରୀକାଳୀନ ସିଜରିୟାନ ଭୂମିକା ନିର୍ବାହ କରି ଜଣେ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କରି ପ୍ରସବ କରାଇଥିଲେ। ସବୁଠୁ ବଡ କଥା ସେହି ସମୟରେ ଡାକ୍ତରଖାନାରେ ଡାକ୍ତର ମଧ୍ୟ ଉପସ୍ଥିତ ନଥିଲେ।

ସୂଚନାଯୋଗ୍ୟ ଥିୟାମସଙ୍ଗା ପେଶାରେ ଜଣେ ଡାକ୍ତର। ସେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ। ସର୍ବଦା ସେ ଦୂର ଦୂରାନ୍ତ ଏବଂ ଦୁର୍ଗମ ଅଞ୍ଚଳକୁ ଗଲା ବେଳେ ଜରୁରୀକାଳୀନ ଚିକିତ୍ସା ପାଇଁ ନିଜ ପାଖରେ ସର୍ବଦା ଷ୍ଟେଥୋସ୍କୋପ ରଖିଥାନ୍ତି। ସେ ମହିଳାଙ୍କ ବେଦନା ଦେଖି ପାରିନଥିଲେ ଏବଂ ଜରୁରୀକାଳୀନ ଅସ୍ତ୍ରୋପଚାର କରି ପ୍ରସବ କରାଇଥିଲେ। ବିଧାୟକ କହିଛନ୍ତି ଚମ୍ପଇ ହସ୍ପିଟାଲର ଚିକିତ୍ସା ଅଧିକାରୀ ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ଛୁଟିରେ ଥିଲେ। ମହିଳା ପ୍ରାୟ ୨୦୦ କିଲୋମିଟର ଦୂର ଆଇଜଲ ଯାତ୍ରା କରି ହସ୍ପିଟାଲ ଆସିବା ସ୍ଥିତିରେ ନଥିଲେ। ଯେବେ ମୋତେ ମହିଳାଙ୍କ ସ୍ଥିତି ବିଷୟରେ ସୂଚନା ମିଳିଲା, ମୁଁ ତୁରନ୍ତ ହସ୍ପିଟାଲ ପହଞ୍ଚି ମହିଳାଙ୍କ ଜରୁରୀକାଳୀନ ଅପରେସନ କରାଇଥିଲି। ଏବେ ମା ଏବଂ ଶିଶୁ ସୁସ୍ଥ ଥିବା ସେ କହିଛନ୍ତି।

ଥିୟାମସଙ୍ଗା କହିଛନ୍ତି ଆବଶ୍ୟକସ୍ଥଳେ ଲୋକଙ୍କୁ ସାହାଯ୍ୟ କରିବା ତାଙ୍କର ଦାୟିତ୍ଵ। ସେ ମିଜୋ ନ୍ୟାସନାଲ ଫ୍ରଣ୍ଟରେ ଟିକେଟ୍ ପାଇ ୨୦୧୮ରେ ନିର୍ବାଚନ ଲଢିଥିଲେ ଏବଂ କଂଗ୍ରେସର ବିଧାୟକ ଟିଟି ଜୋଥାନସାଙ୍ଗକୁ ପରାସ୍ତ କରିଥିଲେ।

ABOUT THE AUTHOR

...view details