ଓଡିଶା

odisha

By

Published : Apr 13, 2020, 10:46 AM IST

ETV Bharat / bharat

ଲକଡାଉନ ବୃଦ୍ଧିକୁ ନେଇ ମିଜୋରାମରେ ଆଜି ନିଷ୍ପତ୍ତି

ମିଜୋରାମ ସରକାର ରାଜ୍ୟରେ ଲାଗୁ ହୋଇଥିବା 21 ଦିନିଆ ଲକଡାଉନକୁ ବୃଦ୍ଧି କରାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ସୋମବାର କ୍ୟାବିନେଟ ଏହି ନିଷ୍ପତ୍ତି ନେଇପାରେ ବୋଲି ଅଧିକାରୀମାନେ କହିଛନ୍ତି।

luckdown extend
ଲକଡାଉନ ବୃଦ୍ଧିକୁ ନେଇ ମିଜୋରାମରେ ଆଜି ନିଷ୍ପତ୍ତି

ଏଞ୍ଜୌଲ: ମିଜୋରାମ ସରକାର ରାଜ୍ୟରେ ଲାଗୁ ହୋଇଥିବା 21 ଦିନିଆ ଲକଡାଉନକୁ ବୃଦ୍ଧି କରାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ସୋମବାର କ୍ୟାବିନେଟ ଏହି ନିଷ୍ପତ୍ତି ନେଇପାରେ ବୋଲି ଅଧିକାରୀମାନେ କହିଛନ୍ତି। ମାର୍ଚ୍ଚ 25 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦେଶବ୍ୟାପୀ ଲକଡାଉନ କରାଯାଇଥିଲା । ତେଣୁ କୋରୋନା ଭାଇରସ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ଲକଡାଉନ ଏପ୍ରିଲ୍ 15 ଯାଏଁ ବୃଦ୍ଧି କରାଯାଇଥିଲା ।

ତେବେ ଗତ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଲକଡାଉନକୁ ବୃଦ୍ଧିକୁ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭିଡିଓ କନଫରେନ୍ସିଂ କରିଥିଲେ । କିନ୍ତୁ ଏ ସମ୍ପର୍କରେ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ।

ମିଜୋରାମ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ଆର ଲାଲଥାଙ୍ଗଲିଆନା ଗଣମାଧ୍ୟମକୁ କହିଛନ୍ତି ଯେ, ଯଦିଓ କେନ୍ଦ୍ର ଏପର୍ଯ୍ୟନ୍ତ ଲକଡାଉନ ବୃଦ୍ଧିକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି, ତଥାପି ରାଜ୍ୟ ସରକାର ଲକଡାଉନକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ତେବେ ସୋମବାର ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ଆଲୋଚନା ହେବ ବୋଲି ସେ କହିଛନ୍ତି।

ABOUT THE AUTHOR

...view details