ଓଡିଶା

odisha

ETV Bharat / bharat

ମେ 31 ଯାଏଁ ଲକଡାଉନ ଅବଧି ବଢାଇଲେ ମିଜୋରାମ ସରକାର - ଲକଡାଉନ ମିଜୋରାମ

ଶୁକ୍ରବାର କୋରୋନା ଭାଇରସ୍ ସଂକ୍ରମଣ ବିସ୍ତାର ସ୍ଥିତି ସମୀକ୍ଷା ପରେ ମିଜୋରାମ ସରକାର 31 ମେ ପର୍ଯ୍ୟନ୍ତ ଲକଡାଉନ ରଖିବା ପାଇଁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Mizoram
ମେ 31 ଯାଏଁ ଲକଡାଉନ ଅବଧି ବଢାଇଲେ ମିଜୋରାମ ସରକାର

By

Published : May 15, 2020, 11:32 PM IST

ଆଇଜଲ: ସାରା ଦେଶରେ ଲକଡାଉନ ତୃତୀୟ ପର୍ଯ୍ୟାୟ ମେ 17 ଯାଏଁ ଜାରି ରହିଛି । ଏପରିସ୍ଥଳେ ମେ 17 ପରଠାରୁ ଲକଡାଉନ 4.0 ଲାଗୁ ନେଇ ପ୍ରଧାନମନ୍ତ୍ରୀ ସଙ୍କେତ ଦେଇ ସାରିଛନ୍ତି । ଏପରିସ୍ଥଳେ କେତେ ଦିନ ଲକଡାଉନ ହେବ ସେ ନେଇ ସୂଚନା ଦିଆଯାଇନାହିଁ । ଏହା ମଧ୍ୟରେ ଶୁକ୍ରବାର କୋରୋନା ଭାଇରସ୍ ସଂକ୍ରମଣ ବିସ୍ତାର ସ୍ଥିତି ସମୀକ୍ଷା ପରେ ମିଜୋରାମ ସରକାର 31 ମେ ପର୍ଯ୍ୟନ୍ତ ଲକଡାଉନ ରଖିବା ପାଇଁ ଘୋଷଣା କରିଛନ୍ତି ।

ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଲାଲାନମୁଇ ଚୁଆଙ୍ଗୋଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତା 17 ତାରିଖରୁ ଏହି ଲକଡାଉନକୁ ବୃଦ୍ଧି କରାଯିବ । ଗୁରୁବାରର ବୈଠକରେ ଅଧ୍ୟକ୍ଷତା କରିଥିବା ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କହିଛନ୍ତି ଯେ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଲକଡାଉନ ବଢାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ରାଜ୍ୟରେ ଏକମାତ୍ର କୋରୋନା ରୋଗୀ ଆରୋଗ୍ୟ ହେବା ପରେ 9 ମେରେ ରାଜ୍ୟକୁ ଗ୍ରୀନ ଜୋନ୍ ଭାବେ ଘୋଷଣା କରାଯାଇଥିଲା | ନେଦରଲ୍ୟାଣ୍ଡକୁ ଟ୍ରାଭେଲ ହିଷ୍ଟ୍ରି ଥିବା ଏହି ରୋଗୀ 24 ମାର୍ଚ୍ଚରେ COVID-19 ପାଇଁ କୋରୋନା ପଜିଟିଭ ରହିଥିଲେ । ମିଜୋରାମ 7 ଏପ୍ରିଲରେ ଜୋରାମ ମେଡିକାଲ କଲେଜ (ZMC) ରେ କୋରୋନା ପାଇଁ ନମୁନା ପରୀକ୍ଷା ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ସମୁଦାୟ 202 ନମୁନା ପରୀକ୍ଷା କରାଯାଇଛି ଏବଂ ସମସ୍ତ ନେଗେଟିଭ ବୋଲି ଜଣାପଡିଛି |

ABOUT THE AUTHOR

...view details